ପ୍ରେମ ପାଇଁ ଟିକି ଚିଠି
ପ୍ରେମ ପାଇଁ ଟିକି ଚିଠି
ଚଟିକି ଚିଠିଟିଏ ଲେଖିଛି ମୁଁ' ଆଜି
ପ୍ରେମ ପ୍ରତିଛବି ଆଙ୍କି ,
ପ୍ରିୟତମା ଗୋରୀ ଦବନାହିଁ ଚିରି
ଚିଠି ମୋ' ସ୍ପନ୍ଦନ ଗୀତି ! !
ଛାତିରୁ ରକତ ନିଗାଡ଼ି ଲେଖିଛି
ଶେଷ ଚିଠିବୋଲି ମୋର ;
ପଢିବ ନିଶ୍ଚୟ ରାଣ ଶତବାର
କରିବନି ହତାଦର !!
ପ୍ରେମ ନିବେଦନ କରିନି ମୁଁ କିଛି
ତୁମକୁ ପାଇବା ପାଇଁ ;
ବିରହ ବେଦନା ଲେଖିନି ମୁଁ କିଛି
ମୋ'ଦୁଃଖ ଜାଣିବା ପାଇଁ !!
ଏ'ତିକି ଲେଖିଛି ହୃଦୟର କଥା
କରିବି ମୁଁ ଶେଷ ଦେଖା ;
ସେଇ ଅବସରେ କହିବି ତୁମକୁ
ପ୍ରେମର ପ୍ରକୃତ ସଂଜ୍ଞା !!
ପ୍ରେମମାନେ ନୁହଁ ଦହିକ ମିଳନ
ଦେହ ସୁଖ ଉପଭୋଗ ;
ପ୍ରେମ ଧର୍ମକର୍ମ ପବିତ୍ର ବନ୍ଧନ
ଆତ୍ମାର ସଂଯୋଗ ମାତ୍ର !!
ପବିତ୍ରଆତ୍ମା ର ମିଳନ ହୋଇଲେ
ପ୍ରେମ ଫୁଲ ବାସି ଉଠେ ;
ଏଚିଠି ଉତ୍ତର ଦବ ପ୍ରିୟା ମୋତେ
ପ୍ରତୀକ୍ଷାରେ ଅଛି ସତେ !!

