STORYMIRROR

Sanuja Meghamala

Romance Others

3  

Sanuja Meghamala

Romance Others

ପ୍ରେମ ନୁହେଁ

ପ୍ରେମ ନୁହେଁ

1 min
120


ପ୍ରେମ ନୁହେଁ ଝରାଫୁଲ 

ମହକେଇ ତନୁ ମନ

ଝାଉଁଳିବ ଅଭି ମାନେ,କିଛିକ୍ଷଣ ପରେ ।

ହୃଦୟ ର ଫଲଗୁ ସେ

 ଝରୁଥିବ ପ୍ରତି କ୍ଷଣ ଆଶା ର ନଈ ତୁଠେ 

 ଭିଜେଇ ଆଖିର ସପନ ।।


 ପ୍ରେମ ନୁହେଁ  ବନ୍ଧନ

ପାଇବା ପ୍ରତ୍ୟାଶା ,ମିଳନ ଗୀତି,

ଆଉ କାହାଣୀ ର ଶେଷ କଥା ।

 ସେ ଏକ ର ମିଠା ଅନୁଭବ,

 ଛାତି ତଳେ ବସା ବାନ୍ଧି ରହି ଯାଏ

ଜୀବନ ଜୀଇଁ ଥିବା ଯାଏ ।।


 ପ୍ରେମ ଖାଲି ଶବ୍ଦ ନୁହେଁ

 ସଂପର୍କ ର ଭିନ୍ନ ନାମ

ଅନେକ କିନ୍ତୁ ....ର ସଂକ୍ଷିପ୍ତ ଉତ୍ତର ।

ପ୍ରେମ ଏକ ସମ୍ଭାବନା

ଛୋଟ କିଛି ପ୍ରତିଶ୍ରୁତି

 ହୃଦୟ ତଳ ର ମାର୍ମିକ ଅଭିବ୍ୟକ୍ତି ।।


 ପ୍ରେମ ଅଟେ ଚିରନ୍ତନ

 ସତ୍ୟ ଶିବ ସୁନ୍ଦର

 ଅମୃତ ମୟ ଶାନ୍ତି ମହାମନ୍ତ୍ର ।

 ପବିତ୍ର ସେ ପ୍ରେମ ସୁତ୍ରେ 

 ବନ୍ଧା ଆମେ ସଭିଏଁ ଆପଣାର

 ସ୍ରଷ୍ଟାଙ୍କ ବିଚିତ୍ର ସୃଜନୀରେ ।।



Rate this content
Log in

Similar oriya poem from Romance