Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Romance Inspirational

4  

Birakishore Nayak

Romance Inspirational

ପ୍ରେମ ନୁହେଁ ପାପ

ପ୍ରେମ ନୁହେଁ ପାପ

1 min
354


 ପ୍ରେମ ଏକ ଶାଶ୍ୱତ ଆବେଗିକ କ୍ରିୟା

 ହୃଦୟ ତନ୍ତ୍ରୀରୁ ସୃଷ୍ଟ ସଙ୍ଗୀତ

 ନିଃସୃତେ ସାତସୁରେ ଅମୃତର ଧାରା

 କରିବାକୁ ଦୁଇ ମନ ପ୍ରୀତି ପୁଲକିତ l


 ପ୍ରେମ ତ ଏକ ହୃଦୟର ପ୍ରତିଶୃତି

 ସାତଜନ୍ମ ପାଇଁ ବନ୍ଧନର ଅଭିମନ୍ତ୍ର

 ଭରେ ମନେ ପ୍ରୀତିର ନୂଆ ଅନୁଭୂତି

ଏକ ସର୍ତ୍ତ ବିହୀନ ବନ୍ଧନର ସୂତ୍ର l


 ପ୍ରେମ ଦୁଇ ହୃଦୟର ବାର୍ତ୍ତାବହ

 ଅକୁହା ଭାବନାର ମଧୁମୂର୍ଚ୍ଛନା

 ଆଦିମ କାମନାର ରମ୍ୟ ଆଲେଖ୍ୟ

 ନୁହେଁ ସ୍ୱପ୍ନ ଏକ ବାସ୍ତବ ବାସନା l


 ନାରୀ-ପୁରୁଷ ମଧ୍ୟେ ସେତୁ ସମ୍ପର୍କର

 ପ୍ରେମ ତାହା ଆକର୍ଷଣର ନିବିଡ଼ତା

 ସ୍ୱତଃ ସ୍ଫୁରିତ ପ୍ରୀତି କରେ ଆପଣାର

 ସାତରଙ୍ଗେ ଭରଇ ପ୍ରାଣ ପ୍ରାଚୁର୍ଯ୍ୟତା l


 ପ୍ରେମ ସମଗ୍ର ସୃଷ୍ଟିର ଆଦ୍ୟ ଓଁ କାର

 ଚିରନ୍ତନ ପବିତ୍ର ବନ୍ଧନର ମାୟା 

 ପ୍ରେମ ତ ଆୟୁଷର ଧାରା ସଂସାରର

 ମନେଭରେ ଶାନ୍ତିରେ ବଞ୍ଚିବାର ରାହା l


ପ୍ରେମ ଏକ ହୃଦୟର ଅଧୀର ଉଚ୍ଛ୍ଵାସ

ସତେ କେଉଁ ଧୀର ଝରଣାର ଧାରା 

ଭିଜାଏ ସେ ଦେହମନ ହୋଇ ପୁଲକିତ

ରୋମାଞ୍ଚିତ କରିବାକୁ ହୃଦୟର କାରା |


ଅନାବିଳ ପ୍ରେମ ଭରେ ସ୍ୱର୍ଗୀୟ ଅମୃତ

ଚିରନ୍ତନ ଅଭିଳାଷ ମଧୁରତା ଥାଏ 

ସଙ୍ଗୀତର ମୂର୍ଚ୍ଛନାରେ ସେ ଅନୁରଣିତ

ଜୀବନରେ ସାତରଙ୍ଗ ଭରିଦେଇଯାଏ |


ପ୍ରେମ ଏକ ଛୋଟ ଶବ୍ଦ ହେଲେ ବି ବିଶାଳ 

ବିଶ୍ୱକୁ ରଖିଛି ବାନ୍ଧି ଜାଳି ଆଶା ଦୀପ 

ପୂଣ୍ୟଭରା ତଟିନୀ ସେ ଚିର ଛଳ ଛଳ

ବନ୍ଧନର ରଜ୍ଜୁ ମାତ୍ର ପ୍ରେମ ନୁହେଁ ପାପ |



Rate this content
Log in

Similar oriya poem from Romance