ପ୍ରେମ ନୁହେଁ ବାଲିଘର
ପ୍ରେମ ନୁହେଁ ବାଲିଘର
ପ୍ରତି ମୁହୂର୍ତ୍ତରେ ଖୋଜୁଥାଏ ତା'କୁ
ହଜି ଯାଏ ସପନରେ
ଯେତେ ଖୋଜିଲି ମୁଁ ପାଉନାହିଁ ଆଜି
ପାଗଳ ତା' ପ୍ରେମରେ ।
ତଥାପି ହୃଦୟରେ ରଖିଛି ତା'କୁ
ସେ ମୋ ହୃଦୟର ରାଣୀ
ତା ପାଇଁ ନିତି ପାଗଳ ହୁଏ ମନ
କାହିଁକି ବୁଝି ପାରୁନି ।
ଜାଣିନି ଆଜି କୋଉଠି ଅଛି ପ୍ରିୟା
ତଥାପି ମୁଁ ତା'କୁ ଖୋଜେ
ଶରତ ସନ୍ଧ୍ଯାରେ ଚାନ୍ଦିନୀ ରାତିରେ
ଭାବନାରେ ନିତି ହଜେ ।
ଅଢେଇ ଅକ୍ଷର ପ୍ରେମରେ ସତରେ
ଜଳୁଥାଏ ସାରା ରାତି
ମୋ ଛାତିର ସ୍ପନ୍ଦନ ଖୋଜୁଛି ତା'କୁ
ଝୁରୁଛି ନିତି ଏମିତି ।
ପ୍ରେମ ନୁହେଁ କେବେ ବାଲିଘର ପ୍ରିୟା
ନିମିଷକେ ଭାଙ୍ଗିଦେବ
ଭଲପାଏ ବୋଲି ଦେଖିଥିଲି ସ୍ୱପ୍ନ
କୁହ କେବେ ମୋର ହେବ ।

