ପ୍ରେମ ମୋର ମଲାଜହ୍ନ
ପ୍ରେମ ମୋର ମଲାଜହ୍ନ
ମ ---ମଲେ ମରିଯିବି ତୁମ ପ୍ରେମେ ପ୍ରିୟା
ମରିବାକୁ ମୋର ଟିକେ ଡର ନାହିଁ,
ମନ ମନ୍ଦିରରେ ପୂଜୁଛି ତୁମକୁ,
ମମତାଜ ଭାବି ନିତି ହୃଦେ ମୁହିଁ l
ଲା -- ଲାଜ ଲାଗୁଅଛି କହିବାକୁ ଯେତେ
ଲାଜେଇ ଯାଉଛି ମୁଁ ପାଖକୁ ଗଲେ,
ଲାଲ - ଟୁକୁଟୁକୁ ମୋ ସାଧବ ବୋହୂ
ଲାଖିଯାଏ ପଡି ତୁମ ପ୍ରେମ ଜାଲେ l
ଜ -- ଯଉବନ ଯଉ ଘରେ ନିଆଁ ଦେଇ
ଜଳାଇ ଚାଲିଗଲ ମୋ ହୃଦୟକୁ,
ରୂପା ଜହ୍ନ ଭାବି ପାଇଥିଲି ଭଲ
ଜଟାଇଦେଲ ମୋତେ ମଲା ଜହ୍ନକୁ l
ହ୍ନ --- ଜହ୍ନ ତ ଯାଇଛି ଚିହ୍ନ ତ ରହିଛି
ଅଚିହ୍ନା ଅଜଣା ସବୁ ଯେ ଲାଗୁଛି,
ଜହ୍ନ ଯେପରି ଦିଶେ ଅମାବାସ୍ୟାରେ
ଜହ୍ନ ବିନା ମନାକାଶ ଘନଉଛି l

