Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Romance

3  

Niranjan Sahu

Romance

ପ୍ରେମ ମାନେ କଣ

ପ୍ରେମ ମାନେ କଣ

1 min
339



ପ୍ରେମ କରିବାକୁ ମୋର ଭାରି ଇଚ୍ଛା   

       କାହାକୁ ବା ପ୍ରେମ କରିବି

ପ୍ରେମ କରିବାକୁ ଏଠି ସବୁ ଅଛି

        କାହାକୁ ବା ମୁଁ ଛାଡ଼ିବି ।


ପ୍ରକୃତି ରଖିଛି ପରିପୂର୍ଣ କରି

        ପ୍ରେମ କରିବାର ପାଇଁ

ପ୍ରେମ କରିବାକୁ ବାପା ମାଆ ଅଛନ୍ତି

         ଅଛି ଜନ୍ମମାଟି ଭୂଇଁ ।


କେତେ କତେ ବୃଦ୍ଧ ବୃଦ୍ଧା ରହିଛନ୍ତି

        ପ୍ରେମ ଟିକିଏ ଚାହିଁ

ନିଶହାୟ ଅବା ଅସହାୟ ଛନ୍ତି

         କାହାକୁ ଛାଡ଼ିବି ମୁହିଁ ।


ମାଆ ଭଉଣୀ ବି କତେ ରହିଛନ୍ତି

       ପ୍ରେମ ର ପସରା ମେଲି

ପ୍ରେମ ରେ ଚାଲିଛି ଏଇ ଦୁନିଆଁ ଟା

        ପ୍ରେମ ହିଁ ଅସରା ବାଲି ।


ପ୍ରେମ ଖାଲି ନୁହେଁ ଦୈହିକ ମିଳନ

        ପ୍ରେମ ହିଁ ଶାଶ୍ୱତ ସୁନ୍ଦର

ପ୍ରେମରେ ଚାଲିଛି ଏଇ ଦୁନିଆଟା

      ପ୍ରେମ ରେ ଚାଲିଛି ସଂସାର ।


ପ୍ରେମରେ ସବୁ ସମାଧାନ ହୁଏ

       ଆସେନାହିଁ ଜମା ବିପଦ

ପ୍ରେମ ର ଅର୍ଥକୁ ବୁଝି ପ୍ରେମ କଲେ

       ଜୀବନ ଅମୂଲ୍ୟ ସମ୍ପଦ ।


Rate this content
Log in

Similar oriya poem from Romance