STORYMIRROR

BULU BEHERA

Romance

3  

BULU BEHERA

Romance

ପ୍ରେମ କରୁଛି, ହେଲେ କହିପାରୁନି

ପ୍ରେମ କରୁଛି, ହେଲେ କହିପାରୁନି

1 min
157

ପ୍ରେମ କରୁଛି କହି ପାରୁନି,

ଚିଠି ଲେଖୁଛି ଦେଇ ପାରୁନି l(0)


ପାଠ ପଢୁଛି ମନେ ରହୁନି,

ରାତି ଶୋଉଛି ନିଦ ହେଉନି l

ଗୋରୀ..... ଲୋ... ଏ.. ଗୋରୀ,

କେମିତି କହିବି ଜାଣି ପାରୁନି l

ପ୍ରେମ................................. l(1)


ପ୍ରଥମ ଦେଖାରେ ମନ ଦେଲି,

ତୋ ପରି ସୁନ୍ଦରୀ ଖୋଜୁଥିଲି l

ତୋ ପ୍ରେମରେ ନିଜେ ପଡ଼ିଗଲି,

କେମିତି ହେଲା ଭାବି ନ ଥିଲି l

ପ୍ରେମର ଭାଷା ମୁଁ ବୁଝି ପାରୁନି,

ପ୍ରେମ............................... l (2)


ଇଚ୍ଛା ହୁଏ କହିବାକୁ ତୋତେ,

ମନର କଥା ଅଛି ମୋ ଯେତେ l

ଭଲ ପାଉଛି ଗୋରୀ ମୁଁ ଏତେ,

ଭଲପାଆ ତୁ' ନ ' ଭୁଲି ମୋତେ l

ଲାଜ କଲେ ଆଉ କାମ ଦେବନି,

ପ୍ରେମ.................................. l (3)



Rate this content
Log in

Similar oriya poem from Romance