STORYMIRROR

BULU BEHERA

Abstract Romance Action

4  

BULU BEHERA

Abstract Romance Action

ପ୍ରେମ କରୁଛ ନା' ମିଛ କହୁଛ

ପ୍ରେମ କରୁଛ ନା' ମିଛ କହୁଛ

1 min
416

ତୁମେ  ମୋତେ

ପ୍ରେମ କରୁଛ  ବୋଲି

ସତରେ  କହୁଛ ନା  କଣ

କାହିଁ ମୋତେ 

ଜମାରୁ  ବିଶ୍ୱାସ ଲାଗୁନି l


ପିଲାବେଳେ ଦୁହେଁ

ଗୋଟିଏ  ଶ୍ରେଣୀରେ ପଢୁଥିଲେ

ନାନା ପ୍ରକାର ଖେଳ

ଆମେ  ସବୁ  ଖେଳୁଥିଲେ

କେତେ ହସ, ଗମାତ

ଥଟ୍ଟା, ମଜା  ସବୁ  କରୁଥିଲେ

ଆମେ  ଦୁହେଁ  ବଡ

ଅନ୍ତରଙ୍ଗ  ବନ୍ଧୁ  ଥିଲେ l


କିନ୍ତୁ ଆଜି  ତୁମେ

କହୁଛ  ଖାଲି  ମୋତେ

ମୁଁ ତୁମର  ପ୍ରେମିକା ବୋଲି l


ମୁଁ ଜମାରୁ ତୁମ କଥାକୁ

ବିଶ୍ୱାସ କରିପାରୁନି

ତୁମେ ଯୌବନରେ  ବୋଧେ

ଅନ୍ଧୁଣୀ  ହୋଇ  କେମିତି

ଏସବୁ  ତୁମେ  କହିପାରିଲ

ତୁମେ ସାଙ୍ଗ ହୋଇ ମୋର

ଯେତିକି ନିକଟତର  ହୋଇଥିଲ

ଆଜି  ପ୍ରେମିକା  ତୁମେ ସାଜିଲେ 

ମୋ  ଠାରୁ  ରହିବ  ଦୂରରେ


କାଲି  ଯେତେବେଳେ  ତୁମେ

ମୋର  ଅର୍ଦ୍ଧାଙ୍ଗିନୀ  ହେବ

ତୁମେ ଚାଲିଯିବ ମୋତେ ଛାଡି

ତୁମ ଅଜଣା  ରାସ୍ତାରେ 

ଆଉ  ମୁଁ  ବି  ଚାଲିଯିବି  

ସବୁଦିନ ପାଇଁ  ମୋର ପଥରେ  l


ନା  ଥିବ ବନ୍ଧୁତ୍ୱର ସମ୍ପର୍କ

ନା  ଥିବ  ତୁମର

ପ୍ରେମିକା ହେବାର  ମହତ୍ୱ

ନା  ଥିବ  ତୁମର

ସ୍ତ୍ରୀ  ହେବାର  ସତୀତ୍ୱ

ମୋତେ ତୁମେ କ୍ଷମା କାର

ମୁଁ କେବଳ  ତୁମର

ଆଗକୁ  ଆଉ  ପଛକୁ

ଅନ୍ତରଙ୍ଗ ବନ୍ଧୁ  ହୋଇ

ସଦା  ରହିବାକୁ  ଚାହେଁ

ଦରକାର  ନାହିଁ ମୋତେ

ତୁମ ପରି  ପ୍ରେମିକା

ଆଉ  ତୁମର  ମୁଁ 

ସ୍ୱାମୀ ହେବାର ମର୍ଯ୍ୟାଦା ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract