STORYMIRROR

BULU BEHERA

Romance

3  

BULU BEHERA

Romance

ପ୍ରେମ କରି ଜାଳି ଦେଲୁ

ପ୍ରେମ କରି ଜାଳି ଦେଲୁ

1 min
155


କେମିତି ଭୁଲିବି ମୋର ପ୍ରିୟା,

ମୋ ହୃଦୟରେ ଜାଳିଲ ନିଆଁ l

ଦିନରେ ଜଳଇ ସ୍ମୃତି ହୋଇ,

ରାତିରେ ଜାଳୁଛ ସ୍ବପ୍ନ ଦେଇ l

ମୋତେ ଭୁଲିଗଲ ତୁମେ କିଆଁ,

ମୋ.........................|(o)

ତୁମେ ମୋତେ ଯେ ଜାଳି ମାରୁଛ,

ସେଥିରୁ କି ଲାଭ ଯେ ପାଉଛ l

ଜାଳି ଜାଳି ପୁରା ଜାଳି ଦିଅ,

ନ'ପକାଇ ଯେ ନିଆଁରେ ଘିଅ l

କୁହୁଳି ମରୁଛି ହୋଇ ଧୂଆଁ,

ମୋ........................ l(1)

କାହାକୁ  କହିବି  ମୋର  ଜ୍ୱାଳା,

ଚାହିଁ  ତୁମକୁ  ବୁଡ଼ିଲା  ଭେଳା l

କେତେ ନିନ୍ଦା  ଅପମାନ  ସହି,

କେତେ  ଜଳିବି  ମୁଁ ତୁମ ପାଇଁ l

ଦିଅ  ଆସି  ଯେ ଶୀତଳ  ଛୁଆଁ,

ମୋ' ଜୀବନ ଧନ୍ୟ  ହେବ ପ୍ରିୟା (2)



Rate this content
Log in

Similar oriya poem from Romance