ପ୍ରେମ ଖୋଲା ଆକାଶର ପକ୍ଷୀ...
ପ୍ରେମ ଖୋଲା ଆକାଶର ପକ୍ଷୀ...
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ପ୍ରେମ କେବେ ନୀରଭିଜା ଦୁଇ ଆଖି
କେବେ ପୁଣି ଖୋଲା ଆକାଶର ପକ୍ଷୀ
ଦୂରକୁ ନିକଟ
ଦେଖାଏ ସେ ବାଟ
ପ୍ରେମ କେବେ ମହାମିଳନର ସାକ୍ଷୀ
ପ୍ରତୀକ୍ଷାରୁ ପ୍ରତିଶୃତି ପଥ ଅଛି ବାକି
ମନର ମଣିଷ ପାଖେ ମନ ଅଛି ବିକି
ଅଳପେ ଅତୁଟ
ନଥାଏ ଆକଟ
ପାପକୁ ପୀୟୂଷ ପ୍ରାୟେ ଦିଅଇ ସେ ମାଖି