ପ୍ରିୟତମ ପ୍ରହରୀ
ପ୍ରିୟତମ ପ୍ରହରୀ
ଅନବରତ ଖୋଜୁଥିଲି ମୁଁ ମନର ମିତ,
ଇହଲୋକରେ ତୁମେ ହେଲ ପାରିଜାତ,
ପ୍ରବାହ ହେଲା ମାନସରେ ପ୍ରେମ ସରିତ,
ମିଠା ଘାତ ପାଇକି ଗାଇଲି ମୁଁ ପ୍ରଣୟ ଗୀତ ।୧।
ଅତି ମନୋରମ ତୁମର ମୀନ ସମ ନୟନ,
ହଂସିକା ସମ ତୁମ ଲାବଣ୍ୟ ଲାସ୍ୟ ଚଳନ,
ଲାଜକୁଳୀ ଲତା ପରି ଲୁଚାଉଛ ଚନ୍ଦ୍ରବଦନ,
ପ୍ରେୟସୀ ରୂପେ ତୁମକୁ କରିଲି ମନୋନୟନ ।୩।
ଅତ୍ୟନ୍ତ ଆକର୍ଷକ ଅଦ୍ଭୁତ ତୁମର ରୂପ,
ତୁମର ପରିଚୟ ମୋ ପାଇଁ ଅପରୂପ,
ମୋ ମତିଗତିରେ ଭରିଛି ତୁମ ସ୍ୱରୂପ,
ତୁମେ ସ୍ୱୟଂ ଏକ ଦେଦୀପ୍ୟମାନ ଦୀପ |୩|
ତୁମେ ନିଜେ ସୌମ୍ୟ ସୌନ୍ଦର୍ଯ୍ୟ ଲହରୀ,
ସ୍ଵୀକାର କର ମୋର ଅନୁରାଗର ଗୁହାରି,
ହେବାକୁ ଚାହୁଁଛି ତୁମର ପ୍ରିୟତମ ପ୍ରହରୀ,
ତୁମକୁ ଦେଖିକି ହେଲି ମୁଁ ପ୍ରେମର ପୂଜାରୀ।୪।