STORYMIRROR

Arundhati Jena

Romance Others

3  

Arundhati Jena

Romance Others

ଚୋରା ଚଇତାଳି

ଚୋରା ଚଇତାଳି

1 min
222

     

 ଚୋରା ଚଇତାଳି ରାତି, ଛାତିରେ ବଢୁଛି ତାତି

  ଢାଳି ଦିଅ ମଧୁ ପ୍ରିତୀ, ରାତି ହେଉ ମଧୁ ରାତି।

  ଚାନ୍ଦ ବିନା କଇଁ ରହିନପାରଇ

  ତୁମ ବିନା ମୁଁ  ଜିଇଁ ନପାରଇ।

  ଚଇତାଳି ପିଟେ ଜୀବନରେ ମୋର

  ହୁଏ ମୁଁ ଯେ ଆନମନା

  କୁହନା ତୁମେ କୁହନା

   ପ୍ରେମ ନିର୍ଝରିଣୀ ସାଜିବକି ତୁମେ

   ନା କରିବ ମିଛ ବାହାନା।

   ଚୋରା ଚଇତାଳି ରାତି , ନସରୁ ଏ ମଧୁଗୀତି

    ମଧୁ ମଳୟର ପ୍ରିତୀ, ଡେରି କରନା ମୋ ସାଥି

    ବେଳାଭୂମି ଝୁରେ ନଦୀ ଆରପାରି

    ଲହଡି ରେ ଧୁଏ ବେଦନା

    ଚଇତି ଚାନ୍ଦିନୀ ମନ ମୋ ବୁଝେନି

    ଝରାଅ ପ୍ରେମ ର ମୂର୍ଚ୍ଛନା

   କୁହନା ତୁମେ କୁହନା

    ପ୍ରେମ ଫଲ୍ଗୁଧାରା ବୁହାଇବକି ନା

    କରିବ ଯେ ମିଛ ଛଳନା।

     ତୁମ ବିନା ମୁଁ ଅସ୍ଥିତ୍ଵ ବିହୀନ

     ହଜିଯିବ ମୋର ସ୍ଥିତି

     ଅମ୍ରୁତ ପରଷି ଯାଅଗୋ ବରଷି

      ତୁଟିଯାଉ ମାନ ଅଭିମାନ

      ନିବିଡ଼ ହେଉ ଆମ ପ୍ରେମର ବନ୍ଧନ

      କରିଦିଅ ମାନଭଞ୍ଜନ।

      ଚାଲିଆସି ସାଥି ଝରାଅ ଗୋ ପ୍ରିତୀ

       ଭିଜାଅ ପ୍ରେମର ଛନ୍ଦ ରେ

      ମନ ଭିଜିଯାଉ ଶରୀର ମୋ ଭିଜୁ

       ତୁମ ର ସେ ମିଠା ଛୁଆଁରେ।

        କୁହନା ତୁମେ କୁହନା

         ପ୍ରେମ ଶ୍ରାବଣ ରେ ଭିଜାଇବକିନା

        କରିବ ଯେ ମିଛ ବାହାନା।

      ଚଇତାଳି ପିଟେ ଜୀବନରେ ମୋର

      ହୁଏ ମୁଁ ଯେ ଆନମନା

      ପ୍ରେମ ନିର୍ଝରିଣୀ ସାଜିବକି ତୁମେ

      ନା କରିବ ମିଛ ବାହାନା।

  

 

    

     

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance