STORYMIRROR

Balaram Barik

Romance

3  

Balaram Barik

Romance

ବର୍ଷାତୁର କବି

ବର୍ଷାତୁର କବି

1 min
184


ମୋ ପ୍ରିୟା ଗାଲରେ ପଡ଼ିଲାଣି 

ଠୋପା ଠୋପା ବରଷାର ବିନ୍ଦୁ।

ଆଃ ....

ଆସିଗଲା କି ମୌସୁମୀ ।

ଧୋଇନେବ ତା ମୁହଁରୁ 

ଲାଗିଛି ଯେତେ ଅଳନ୍ଧୁ।


ତା ତନ ଭିଜାଇବ ।

ତା ମନ ଭିଜାଇବ ।

ଭିଜାଇବ ତା' ଲମ୍ବା ବେଣୀ ।

ଗାଧେଇ ନଥିଲା ଦୁଇ ମାସ ହେଲା...

ମିଳିଗଲା ତାକୁ ପାଣି।


ଜହ୍ନିଫୁଲ ଗଲା ଫୁଟି।

କାକୁଡିଫୁଲ ଗଲା ଫୁଟି।

ଫୁଟିବ ଏଣିକି ବାଲି ଛତୁ ...

ଜାମୁକୋଳି ଖାଇ ଓଠ କଳା କରିବ

ସେ ଅଟେ ପରା ମହାଜନ୍ତୁ।


ତାକୁ ମନା କଲି ମୁଁ ଯେ କେତେ ।

ମନା ମାନିଲା ନାହିଁ ସେ ସତେ ।

ବରଷା ପାଣିରେ ଡେଇଁ ଡେଇଁ ବୁଲିଲା ...

ଗୋଲାପୀ ଛତାକୁ ଧରିଣ ହାତେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance