STORYMIRROR

Jagabandhu Sahu

Romance

3  

Jagabandhu Sahu

Romance

ତୁ ମୋ ପାଚେଲା ବେଲ

ତୁ ମୋ ପାଚେଲା ବେଲ

1 min
272

ଗୋରା ଚକ ମକ ଯୌବନ ତୁମର

     ଉଛୁଳା ନଈର ସୁଅ

ତୁମରି ଯେ ସେଇ ଗୋଲାପି ଓଠରୁ

    ଚୁମା ଥରେ ଦେଇ ଯାଅ


କଜଳ ପୁରିତ  ନୟନ ଯୁଗଳେ

   ଚାହିଁ ଦେଲେ ଥରେ ମୋତେ

ତୁମ ରୂପ ବେଶେ ବିମୋହିତ ହୋଇ

    ଭୁଲିଯାଏ କାମ ଯେତେ


ଡଉଲ ଡାଉଲ  ଚେହେରାଟି ତୁମ

    ଲାଗ ଯେ କଣ୍ଢେଇ ପରି

ଯେତେ ଦେଖିଲେ ବି ମନ ଭରୁ ନାହିଁ

    ଆଗୋ ମୋର ସୁକୁମାରୀ


ତୁମକୁ ଯେ ନେଇ  ବାହୁ ବନ୍ଧନରେ

     କରୁଥିବି ସଦା ଗେଲ

ମୁଁ ତୁମର ପ୍ରିୟା ଡାମରା କାଉ ଯେ

   ତୁମେ ମୋ ପାଚିଲା ବେଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance