STORYMIRROR

Swati Mohapatra

Romance

3  

Swati Mohapatra

Romance

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
255

       ତୁମେ ନୀଳ ତରଙ୍ଗ ସାଗର ହେଲେ 

ମୁଁ ସେଇ ସାଗରର ଘଡ ଘଡ ଜୁଆର ଢେଉ 

       ତୁମେ କୋମଳ ଗୋଲାପ ହେଲେ 

ମୁଁ ସେଇ ଗୋଲାପର ସଜଳ ପାଣି ବିନ୍ଦୁ 

    ତୁମେ ମେଘୁଆ ଆକାଶର ବାଦଲ ହେଲେ 

ମୁଁ ସେଇ ଆକାଶର ଚିକ ମିକ ବିଜୁଳି 

   ତୁମେ ଶୀତୁଆ ସକାଳର କାକର ବିନ୍ଦୁ ହେଲେ 

ମୁଁ ସେଇ ଶାଗୁଆ ଘାସ କେରାଏ 

         ତୁମେ ସନ୍ଧ୍ୟାର ସୂର୍ଯ୍ୟାସ୍ତ ହେଲେ 

ମୁଁ ସେଇ ସନ୍ଧ୍ୟା ସୂର୍ଯ୍ୟାସ୍ତ ଛାଇ 

      ତୁମେ ଫୁଲ ବଗିଚାର ଫୁଲ ହେଲେ 

ମୁଁ ସେଇ ଫୁଲ ବଗିଚାର ଭଅଁର ଟିଏ 

     ତୁମେ ଅଜଣା ଗଳ୍ପର ନାୟକ ହେଲେ 

ମୁଁ ସେଇ ଅଜଣା ଗଳ୍ପର ଅଭୁଲା ବାଟ 

         ତୁମେ କବିତା ଧାଡିଏ ହେଲେ 

ମୁଁ ସେ ସାଧା କାଗଜର ଖଣ୍ଡେ ଫର୍ଦ 

      ତୁମେ ଲେଖନୀ ମୁଁନର କାଳି ହେଲେ 

ମୁଁ ସେଇ କାଚର କାଳି ଘଡି 

        ତୁମେ ସୁନ୍ଦର ଉଜ୍ୱଳ ମୁଁକ୍ତା ହେଲେ 

ମୁଁ ସେଇ ଚେପଟା ବିକୃତ ଶାମୁଁକା 

    ତୁମେ ରଙ୍ଗମହଲର ରାଜକୁମାର ହେଲେ 

ମୁଁ ସେଇ ମହଲର ପିୟାଦାଟିଏ 

   ତୁମେ ସଜ ସଜ ସାତ ରଙ୍ଗି ଇନ୍ଦ୍ରଧନୁ ହେଲେ 

ମୁଁ ସେଇ ଇନ୍ଦ୍ରଧନୁ ପଡ଼ିଥିବା ରାସ୍ତାଟିଏ 

       ତୁମେ ଅଙ୍କିତ ମାଠିଆ ହେଲେ 

ମୁଁ ସେଇ ମାଠିଆର ଚିତ୍ରଣଟିଏ 

       ତୁମେ ପୂର୍ଣ୍ଣିମା ରାତିର ଚାନ୍ଦ ହେଲେ 

ମୁଁ ସେ ରାତି ଆକାଶର ଛୋଟିଆ ତାରଟିଏ 

           ତୁମେ ସ୍ବପ୍ନର ଭାବନା ହେଲେ 

ମୁଁ ସେଇ ସ୍ୱପ୍ନର ଭାବୁକଟିଏ 

      ତୁମେ ସୁମଧୁର ସଂଗୀତ ହେଲେ 

ମୁଁ ସେଇ ସଂଗୀତର ତାଳଟିଏ 

           ତୁମେ ଦେହ ହେଲେ 

ମୁଁ ସେଇ ଦେହର ଛାଇଟିଏ 

           ତୁମେ ସ୍ମୃତି ହେଲେ 

ମୁଁ ସେଇ ସ୍ମୃତିର ଭାବଟିଏ 

      ତୁମେ ମୋ ଜୀବନ ନାଉରି ହେଲେ 

ମୁଁ ସେ ଡଙ୍ଗାର ହାଉଲା କାତଟିଏ 

  ତୁମେ ଆଉ ମୁଁ 

    ବାସ ତୁମେ ଆଉ ମୁଁଁ ।

    

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance