ତୁମେ ଆଉ ମୁଁ
ତୁମେ ଆଉ ମୁଁ
ତୁମେ ନୀଳ ତରଙ୍ଗ ସାଗର ହେଲେ
ମୁଁ ସେଇ ସାଗରର ଘଡ ଘଡ ଜୁଆର ଢେଉ
ତୁମେ କୋମଳ ଗୋଲାପ ହେଲେ
ମୁଁ ସେଇ ଗୋଲାପର ସଜଳ ପାଣି ବିନ୍ଦୁ
ତୁମେ ମେଘୁଆ ଆକାଶର ବାଦଲ ହେଲେ
ମୁଁ ସେଇ ଆକାଶର ଚିକ ମିକ ବିଜୁଳି
ତୁମେ ଶୀତୁଆ ସକାଳର କାକର ବିନ୍ଦୁ ହେଲେ
ମୁଁ ସେଇ ଶାଗୁଆ ଘାସ କେରାଏ
ତୁମେ ସନ୍ଧ୍ୟାର ସୂର୍ଯ୍ୟାସ୍ତ ହେଲେ
ମୁଁ ସେଇ ସନ୍ଧ୍ୟା ସୂର୍ଯ୍ୟାସ୍ତ ଛାଇ
ତୁମେ ଫୁଲ ବଗିଚାର ଫୁଲ ହେଲେ
ମୁଁ ସେଇ ଫୁଲ ବଗିଚାର ଭଅଁର ଟିଏ
ତୁମେ ଅଜଣା ଗଳ୍ପର ନାୟକ ହେଲେ
ମୁଁ ସେଇ ଅଜଣା ଗଳ୍ପର ଅଭୁଲା ବାଟ
ତୁମେ କବିତା ଧାଡିଏ ହେଲେ
ମୁଁ ସେ ସାଧା କାଗଜର ଖଣ୍ଡେ ଫର୍ଦ
ତୁମେ ଲେଖନୀ ମୁଁନର କାଳି ହେଲେ
ମୁଁ ସେଇ କାଚର କାଳି ଘଡି
ତୁମେ ସୁନ୍ଦର ଉଜ୍ୱଳ ମୁଁକ୍ତା ହେଲେ
ମୁଁ ସେଇ ଚେପଟା ବିକୃତ ଶାମୁଁକା
ତୁମେ ରଙ୍ଗମହଲର ରାଜକୁମାର ହେଲେ
ମୁଁ ସେଇ ମହଲର ପିୟାଦାଟିଏ
ତୁମେ ସଜ ସଜ ସାତ ରଙ୍ଗି ଇନ୍ଦ୍ରଧନୁ ହେଲେ
ମୁଁ ସେଇ ଇନ୍ଦ୍ରଧନୁ ପଡ଼ିଥିବା ରାସ୍ତାଟିଏ
ତୁମେ ଅଙ୍କିତ ମାଠିଆ ହେଲେ
ମୁଁ ସେଇ ମାଠିଆର ଚିତ୍ରଣଟିଏ
ତୁମେ ପୂର୍ଣ୍ଣିମା ରାତିର ଚାନ୍ଦ ହେଲେ
ମୁଁ ସେ ରାତି ଆକାଶର ଛୋଟିଆ ତାରଟିଏ
ତୁମେ ସ୍ବପ୍ନର ଭାବନା ହେଲେ
ମୁଁ ସେଇ ସ୍ୱପ୍ନର ଭାବୁକଟିଏ
ତୁମେ ସୁମଧୁର ସଂଗୀତ ହେଲେ
ମୁଁ ସେଇ ସଂଗୀତର ତାଳଟିଏ
ତୁମେ ଦେହ ହେଲେ
ମୁଁ ସେଇ ଦେହର ଛାଇଟିଏ
ତୁମେ ସ୍ମୃତି ହେଲେ
ମୁଁ ସେଇ ସ୍ମୃତିର ଭାବଟିଏ
ତୁମେ ମୋ ଜୀବନ ନାଉରି ହେଲେ
ମୁଁ ସେ ଡଙ୍ଗାର ହାଉଲା କାତଟିଏ
ତୁମେ ଆଉ ମୁଁ
ବାସ ତୁମେ ଆଉ ମୁଁଁ ।