STORYMIRROR

Amit Bal

Romance Inspirational

3  

Amit Bal

Romance Inspirational

(୧)* ସ୍ବପ୍ନ ଦେଖିବାର ଦିନ *

(୧)* ସ୍ବପ୍ନ ଦେଖିବାର ଦିନ *

1 min
167

ଶୂନଶାନ୍ ନିରବତାକୁ ଡେଇଁ

ମୋର ସେଇ ସର୍ଜନାର ଆବେଗକୁ

   ସଂଜୀବିତ କରିବା ପାଇଁ ,

ଏବେ ବି କେବେ କେବେ ପବନରେ 

ସ୍ମୃତି ହୋଇ ଭାସିଆସେ ଉଷ୍ଣତା ଭରା

ସେ ଅଫେରା ଅଭୁଲା ଅଲିଭା ତାରୁଣ୍ୟର ଦିନ ...


ସେ ଉଷ୍ଣତାରେ ଥିଲା ଭିନ୍ନ ଏକ ମାଦକତା

ସୁନେଲୀ ଭବିଷ୍ୟତର କଳ୍ପନାରେ ଭରା

                ପାଠ ପଢ଼ିବାର ଦିନ,

ହଁ ଏବେ ବି ମନେପଡେ 

             ସେ ସ୍ୱପ୍ନ ଦେଖିବାର ଦିନ ...


ଅତୃପ୍ତ ଆକାଂକ୍ଷାର ଉନ୍ମାଦନାରେ

ସେ ନିର୍ଭେଜାଲ ଦିନ ଗୁଡିକ କଟିଛି

ସ୍ମୃତି ବିମଣ୍ଡିତ କଲେଜର କ୍ୟାମ୍ପସ୍ ଭିତରେ ,

ଟକ୍ ମକ୍ ବୟସର ଦିନ

ପୈାରୁଷତ୍ୱକୁ ଜାହିର କରିବାରେ ଦିନ

ଅନ୍ଧାରରେ ବାଟ ହୁଡିବାର ଦିନ

    ତଥାପି ଜୀବନକୁ ମନ ଭରି ଜୀଇଁବାର ଦିନ ....


ଆଖିରେ ଆଖି ଭର୍ତ୍ତି ସ୍ୱପ୍ନ

ପ୍ରେମିକାର ପ୍ରଥମ ଆଲିଙ୍ଗନ

ହଷ୍ଟେଲ ଛାତର ସେ ନିଛାଟିଆ ଜହ୍ନ ରାତି

କୈଶୋର ମନର ଚିତ୍ର ପଟରେ

            ଇନ୍ଦ୍ରଧନୁର ମଧୁମୟ ସ୍ମୃତି,

ରବିବାରର ସେ ଅଳସ ପଣ

ଦିନ ତମାମ ଟିଭି ଦେଖା ଅଭିଯାନ

ହୃଦୟର ସଂଗ୍ରହାଳୟରେ

            ଆଜି ବି ସଂଗୃହିତ ସେ ଦିନ

ବେଳ ଅବେଳରେ ଖେଳାଇ ଯେ

           ରହି ରହି ଏ ଦେହେ ଶୀହରଣ .....


ପକ୍ଷୀର କୂଜନରେ ସେ ରୋମାଞ୍ଚିତ ମନ

ଅବିର ବୋଳା ଫଗୁଣର ସେ କାଉଁରୀ ସମ୍ମୋହନ

ଆଜି ବି ମନେପଡେ ସେ

ଖରାଦିନେ ଶାଳବଣ ଭିତରର ଶୀତଳ ଚୁମ୍ବନ

ସମୁଦ୍ର ମନ୍ଥନରୁ ସତେ ଅବା ଅମୃତର ସନ୍ଧାନ

ନିଜକୁ ଭଲ କରି ଚିହ୍ନିବାର

ପୁଣି ନିଜ ଅସ୍ମିତାକୁ ଖୋଜିବାର ଦିନ

    ହଁ ଆଜି ବି ମନେପଡେ

               ସେ ସ୍ୱପ୍ନ ଦେଖିବାର ଦିନ ........

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance