ଦ୍ୱାହି
ଦ୍ୱାହି
ଅସୁମାରୀ ସ୍ୱପ୍ନ ସାଉଁଟୁ ସାଉଁଟୁ
ଉଭେଇ ଯାଇଛ କାହିଁ ?
ପାନ୍ଥଶାଳାର ନିବୁଜ ଗମ୍ବୁଜ ହାତ ଠାରି ଡାକୁ ଥାଇ।
ଯୋଛନା ହାତରେ ଚନ୍ଦ୍ରମା କଳା
ଭାରି ଅମାନିଆ ସତେ,
ମନୋରମ କଳା ମତି ଭ୍ରମି ଯାଏ
ତାହା ତୁମ କବରୀରେ ଫୁଟି ଉଠେ।
ତଥାପି କାହିଁକି ବତିଖୁଣ୍ଟଟା
ଅଲାଜୁକି ହୋଇଯାଏ
ପଥ ପ୍ରାନ୍ତେ ଅଦିନିଆ ମାନସ ମନ୍ଥନ
ମିଞ୍ଜି ମିଞ୍ଜି ଆଲୁଅରେ ଭିଜାଇ ଦିଏ।
ଶବ ହେବା ବେଳ ଦୂର ନାହିଁ ଆଉ
ଅଫେରା ଛକରେ ଠିଆ
ପୁରୁଣା ସ୍ମୃତି ଦ୍ୱାହି ଦେଇ
ହୃଦୟର ନିଭୃତ କୋଣରେ ଥୁଆ ।
ରହିଛ ରହିବ ସଦା ଚିର ସ୍ରୋତସ୍ଵୀନି ଟିଏ ହୋଇ
ଶରୀର ବିହୀନ ହେଲା ପରେ ମଧ୍ୟ
ତୁମ ସର୍ବ କୁଶଳ ମନାସୁ ଥାଇ ,
ଦିଗବଳୟେ ଶୁଭ କାମନାରେ ଲୀନ ରହି।