Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ପ୍ରିୟଦର୍ଶିନୀ ମହାନ୍ତି

Romance

3  

ପ୍ରିୟଦର୍ଶିନୀ ମହାନ୍ତି

Romance

ମୁଁ କଣ ମୋର!!!

ମୁଁ କଣ ମୋର!!!

1 min
272


ମୁଁ କଣ ମୋର !!


ଏ ଆଖିର ସ୍ୱପ୍ନ

ଏ ଓଠର ହସ

ଏ ଦେହ, ଏ ମନ

ସବୁ ତ ତୁମର... 

ମୁଁ କ'ଣ ମୋର!!


ସ୍ୱପ୍ନମାନେ ଜିଦ୍ କରନ୍ତି

ତୁମ ଛବି ଆଙ୍କିବାକୁ

ରାତି କିନ୍ତୁ ନିଦ ଶୁଏନି

ଏଣେ ତାରା ଫୁଲ ହାତ ଠାରି ଡାକନ୍ତି

ଜହ୍ନ ରାଇଜକୁ ବୁଲିଯିବାକୁ...


ଦୂର ଜହ୍ନ ଦେଖି ରାତି କାଟିଦେବି

ଭାବି ବସିଲା ବେଳକୁ

ସେ ବି ଲୁଚକାଳି ଖେଳେ

ନଡ଼ିଆ ଗଛର ଉହାଡରେ..

ସେ ବୋଧେ ତୁମ ଇସାରାରେ

ମତେ ହଇରାଣ କରେ..


ମୋ ଛାତିର ସ୍ପନ୍ଦନ

ମୋ ମନ ଆକାଶର ଜହ୍ନ

ସବୁ ତ ତୁମର

ମୁଁ କ'ଣ ମୋର!


ତୁମେ ବି ସବୁ ଜାଣି

ଅଜଣା ସାଜ,

ସବୁ କିଛି ତୁମ ନାଁ ରେ 

ହେଇଯିବା ପରେ ବି

ଅନୁମତି ମାଗ,

ଅଧିକାର, କର୍ତ୍ତବ୍ୟର ବେଡିରେ ଆବଦ୍ଧ ନକରି

ନିଜ ମର୍ଜିର ମାଲିକ୍ ସଜେଇଛ...


ମୋ ଏକାନ୍ତପଣରେ 

ଭାବନା ତୁମେ,

ମୋ ହସ ପଛର କାରଣ ତୁମେ..

ମୋ ଜୀବନ ମରୁରେ ମରୁଦ୍ୟାନ ତୁମେ,


ସବୁ ତ ତୁମର...

ମୁଁ କ'ଣ ମୋର!!



Rate this content
Log in