STORYMIRROR

Kalpana Kumari Pradhan

Romance

2  

Kalpana Kumari Pradhan

Romance

ପ୍ରେମ କେବେ

ପ୍ରେମ କେବେ

1 min
180

ପ୍ରେମ

କେବେ ଶୀତ  ସକାଳ ର ପହିଲି କିରଣ ପରି

ଉଛୁଳା ନଇଟେ ଦିଗହରା ହୋଇ ବ୍ୟାକୁଳେ  ଧାବିଲା ପରି


ପ୍ରେମ

କେବେ ପୂର୍ଣ୍ଣମୀ ଚାନ୍ଦ ରେ ଶୀତଳ ପରସ ଦିଏ ଢାଳି

ରଙ୍ଗହୀନ ଜୀବନେ ଭଳି ଭଳି ରଙ୍ଗ ଦିଏ ବୋଳି



ପ୍ରେମ

କେବେ ଅସୁମାରୀ ସ୍ବପ୍ନ ହୃଦୟ ରେ ଅବା ଭରି

ରାତି ରାତି ନିଦ କରଥାଏ ଅନାୟଶେ ଚୋରି



ପ୍ରେମ

କେବେ ପରିପ୍ରକାଶେ ଓଠ ର ନୀରବେ ନୟନ ଦେଇ

ଅଟେ ସେ ସ୍ବର୍ଗୀୟ ନିନ୍ଦ ନାହଁ ଅନ୍ୟ ରୂପ ଦେଇ

ପ୍ରେମ

କେବେ ପୁଣି ଦହନ କରଇ ତାହାରି ଜ୍ୱାଳା ହୃଦୟ

ଦିବା ଆଲୋକେ ଚଲା ପଥ  ହୁଏ ଅନ୍ଧକାର ମୟ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance