STORYMIRROR

Gouri Panda

Romance

4  

Gouri Panda

Romance

ପ୍ରେମ କେବେ ମରେନା

ପ୍ରେମ କେବେ ମରେନା

1 min
194

ପ୍ରେମ କେବେ ମରେନା 


ଏଇ ଦୁନିଆ ରେ ପ୍ରେମ ହିଁ ଶାଶ୍ବତ 

ବାକି ଯାହା ସବୁ ଅଟେ ନିରର୍ଥକ। 

ପ୍ରେମ ବିନା କିଏ କେମିତି ବଞ୍ଚିଛି 

କେଉଁ ଗୋଟିଏ ରେ ଥିବ ସେଇ ଏକ। 

ପ୍ରେମ ଅଟେ ପରା ଚିରନ୍ତନ ସତ୍ୟ

ପ୍ରେମ ବିନା ଏଠି କେମିତି ବଞ୍ଚିବ? 

ପ୍ରେମ ଅଛି ବୋଲି ମଣିଷ ଜୀଇଁଛି

ନହେଲେ ମଣିଷ ଜୀବନ ହାରିବ। 

ଅନାଦି, ଅନନ୍ତ, କାଳର ଏ ପ୍ରେମ 

ଅଟେ ସେ ପ୍ରାଚୀନ ଅତି ପୁରାତନ। 

ପ୍ରେମ ର ଭରସା ପାଇଛି ବୋଲି ତ

ପ୍ରେମ କାରାବାରେ ହୁଏ ଦେଣନେଣ। 

ପ୍ରେମ ରେ ବିଶ୍ୱାସ ରହିବା ଜରୁରୀ 

ଅବିଶ୍ୱାସ ହେଲେ ହୁଏ ହତଶିରୀ। 

ପ୍ରେମ ରେ ପରା ଚାଲିଛି ଦୁନିଆ 

ପ୍ରେମ ଜିତି ପାରେ ମନ ସବୁରି। 

ସବୁ କଥା ଚାଲେ ପ୍ରେମ ର ଆଧାରେ

କିଏ ଜାଣିଛ କି ପ୍ରେମ କେବେ ମରେ? 

ପ୍ରେମ ରେ ମରିବା, ଜୀଇଁବା ଶିଖିଛି 

ପ୍ରେମ କାହାଣୀ ସୁନ୍ଦର ଲେଖୁଛି। 

ପିତା ମାତା ଙ୍କର ପ୍ରେମ ଯେ ନିଶ୍ବାର୍ଥ

ପ୍ରେମ କରିଥାନ୍ତି ଚୀରଶାଶଶ୍ବ। 

ପ୍ରେମ ମରିଗଲେ ଅଛି ବା କଅଣ?

ପ୍ରେମମରେ ନାହିଁ ଏହା ସତ ଜାଣ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance