STORYMIRROR

Ranjan kumar Mohanty

Romance

2  

Ranjan kumar Mohanty

Romance

ପ୍ରେମ ହିଁ ଶାଶ୍ୱତ

ପ୍ରେମ ହିଁ ଶାଶ୍ୱତ

1 min
121

ପ୍ରେମ ଚିରନ୍ତନ ପ୍ରେମ ଯେ ଶାଶ୍ୱତ

ଅହମିକାହୀନ ଅନନ୍ୟ ଅସ୍ତିତ୍ବ

ତପସ୍ୱୀର ପୁଣ୍ୟ ବ୍ରତ

ମରୁର ପ୍ରାନ୍ତରେ ଝରା ଅମୃତ


ଅଳିକ ନୁହଇଁ ଆନନ୍ଦ ନିତ୍ୟ

ତ୍ୟାଗ ତର୍ପଣରେ ତନ୍ମୟ ତୀର୍ଥ

ତଟିନୀ ତୀରରେ ତୃପ୍ତ

ମୃତ୍ୟ ରହିତ ସେ ଚିର ଜୀବନ୍ତ


ପ୍ରାଣର ସ୍ପନ୍ଦନ ପୂଜାରେ ପ୍ରାପ୍ତ

ପ୍ରୀତିର ପ୍ରସୂନ ପୁଣ୍ୟେ ପ୍ରସ୍ତୁତ

ପବିତ୍ର ପୂତ ପ୍ରସୂତ

ସଦ୍ୟ ଚିରନ୍ତନ ଯାର ମହତ୍ତ୍ୱ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance