ପ୍ରେମ ହିଁ ଶାଶ୍ୱତ
ପ୍ରେମ ହିଁ ଶାଶ୍ୱତ
ପ୍ରେମ ଚିରନ୍ତନ ପ୍ରେମ ଯେ ଶାଶ୍ୱତ
ଅହମିକାହୀନ ଅନନ୍ୟ ଅସ୍ତିତ୍ବ
ତପସ୍ୱୀର ପୁଣ୍ୟ ବ୍ରତ
ମରୁର ପ୍ରାନ୍ତରେ ଝରା ଅମୃତ
ଅଳିକ ନୁହଇଁ ଆନନ୍ଦ ନିତ୍ୟ
ତ୍ୟାଗ ତର୍ପଣରେ ତନ୍ମୟ ତୀର୍ଥ
ତଟିନୀ ତୀରରେ ତୃପ୍ତ
ମୃତ୍ୟ ରହିତ ସେ ଚିର ଜୀବନ୍ତ
ପ୍ରାଣର ସ୍ପନ୍ଦନ ପୂଜାରେ ପ୍ରାପ୍ତ
ପ୍ରୀତିର ପ୍ରସୂନ ପୁଣ୍ୟେ ପ୍ରସ୍ତୁତ
ପବିତ୍ର ପୂତ ପ୍ରସୂତ
ସଦ୍ୟ ଚିରନ୍ତନ ଯାର ମହତ୍ତ୍ୱ

