STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ପ୍ରେମ ହିଁ ବୈକୁଣ୍ଠ ସମାନ

ପ୍ରେମ ହିଁ ବୈକୁଣ୍ଠ ସମାନ

1 min
45



                  


ପ୍ରେମ କରିବାକୁ ମୋର ଭାରି ଇଚ୍ଛା 

କାହାକୁ ବା ପ୍ରେମ କରିବି

ପ୍ରେମ କରିବାକୁ ସମସ୍ତେ ଅଛନ୍ତି

କାହାକୁ ଵା ମୁଁ ଛାଡ଼ିବି,,


ମାଆର ମମତା ପ୍ରେମର ପ୍ରତୀକ

ମାଆ ହିଁ ଶାଶ୍ୱତ ସୁନ୍ଦର

ବାପାଙ୍କର ପ୍ରେମ ଅଟେ ଗନ୍ତାଘର

ବାପା ହିଁ ଚଳନ୍ତି ଈଶ୍ୱର


ଭଉଣୀର ପ୍ରେମ ଚିର ନିରନ୍ତର

ଭଗ୍ନୀ ପ୍ରେମ ବଡ଼ ମଧୁର

ଭାଇର ପ୍ରେମ ଚିର ଚିରନ୍ତନ

ଭାତୃ ପ୍ରେମ ଅଟେ ସାଗର

r>

ବନ୍ଧୁ ବାନ୍ଧବ ଯେ ପ୍ରେମ ର ବଜାର

ପ୍ରେମରେ ଚାଲିଛି ସଂସାର

ସ୍ୱାମୀ ସ୍ତ୍ରୀ ପ୍ରେମ ଅମୃତର ଧାରା

ଜୀବନେ ଜୀବନ ପଥର....


ପ୍ରକୃତିର ପ୍ରେମ ଜୀବନ ସଫଳ

ପ୍ରକୃତି ଯେ ପ୍ରେମ ରଙ୍ଗର

ପ୍ରକୃତି ପ୍ରେମରେ ମଜି ହଜି ଗଲେ

ଜୀବନ ଟା ଲାଗେ ସୁନ୍ଦର...


ଯିଏ ଭାବୁଅଛି ପ୍ରେମର ଅର୍ଥକୁ

କେବଳ ଦୈହିକ ମିଳନ

ସାରା ଜଗତରେ ସିଏ ବଡ଼ ମୂର୍ଖ

ସିଏ ଅମଣିଷ ସମାନ...


ପ୍ରେମର ଅର୍ଥକୁ ଯିଏ ବୁଝିଥାଏ

ସିଏ ହିଁ ଅଟଇ ମହାନ

ପ୍ରେମ ହିଁ ପୂଜା ପ୍ରେମ ହିଁ ନୈବେଦ୍ୟ

ପ୍ରେମ ହିଁ ବୈକୁଣ୍ଠ ସମାନ....।



Rate this content
Log in

Similar oriya poem from Inspirational