STORYMIRROR

Krushnapriya Mohapatra

Classics

2  

Krushnapriya Mohapatra

Classics

ପ୍ରେମ ଦିବସ

ପ୍ରେମ ଦିବସ

1 min
153

ପ୍ରେମ ପାଇଁ ଗୋଟେ ତାରିଖ ସ୍ବତନ୍ତ୍ର

ଏମିତି ପାଳେ କେ" ପ୍ରେମ ଦିବସ"

ପାଶ୍ଚାତ୍ୟ ସଂସ୍କୃତି ଅନୁପ୍ରବେଶରେ

ସଙ୍କୁଚିତ ହୁଏ ପ୍ରେମ ଶାଶ୍ୱତ


ଭାରତ ସଂସ୍କୃତି ଭୂଲି ଯାଉଅଛ,

ସପ୍ତାହେ କେବଳ ହୁଅ ତତ୍ପର

ନିସ୍ୱାର୍ଥ ପ୍ରେମର ପରିଭାଷା ହଜେ

ପଥ ଭ୍ରଷ୍ଟ ହୁଏ ଯୁବ ସମାଜ


ପ୍ରେମ ର ପବିତ୍ରଅର୍ଥ ବଦଳରେ

ଦୈହିକ ଆକାଂକ୍ଷା କରନ୍ତି ପୂର୍ଣ୍ଣ

ବିନା ବିବାହରେ ଏକାଠି ରହନ୍ତି

ଭୁଲିଗଲେ ନିଜ ନିଜର ଧର୍ମ


ରୋଜ, ପ୍ରପୋଜ୍, ଚକ୍ଲେଟ୍ ଡେ

କରୁଛ ପ୍ରମିସ୍ କରୁଛ ହଗ

ଆମ ସଂସ୍କୃତି କୁ ଗୋଡ଼ରେ ଆଡେ଼ଇ

ଅନ୍ୟର ସଂସ୍କୃତି,ଆଦରି ନିଅ


ପ୍ରେମସମ୍ପର୍କରେ ନଥାଏ କେବଳ

ଦେବାରେ ନେବାରେ ଅବା ସ୍ୱାର୍ଥରେ

ପ୍ରେମ ଯେ ଶାଶ୍ୱତ ,ସ୍ଵାର୍ଥ ଵିରହିତ,

କାୟାର ଉର୍ଦ୍ଧ ରେ ଆତ୍ମସନ୍ତୁଷ୍ଠି ରେ


ପ୍ରେମପରାକାଷ୍ଠା ଦର୍ଶାଇବା ପାଇଁ

ଭବେ ଜନ୍ମି ଥିଲେ, ରାଇ କିଶୋର

ନିଃସର୍ତ୍ତ, ନିଷ୍ପାପ ତ୍ୟାଗ ଓ ପବିତ୍ର 

 ଅଟଇ ପ୍ରକୃତ ଅର୍ଥ ପ୍ରେମର


ଜଗତ ର ସୁଖ ପ୍ରେମରେ ନିହିତ,

ଧନ ମାନ ଲୋଭ ମୋହ ଉର୍ଦ୍ଧରେ

ତ୍ୟାଗ କରି ମୀରା, ରାଧା ମଜ୍ଜିଥିଲେ

ମୋହନ ସୁନ୍ଦର ପ୍ରେମ ଭାବରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics