STORYMIRROR

ଅନିଲ କୁମାର ଲେଙ୍କା

Romance

4  

ଅନିଲ କୁମାର ଲେଙ୍କା

Romance

ପ୍ରେମ ଦିବସ

ପ୍ରେମ ଦିବସ

1 min
497


ଭଙ୍ଗା କୁଡିଆଟେ ପରି ହୃଦୟଟା ଯେବେ ମୋର ଥିଲା,

ସେବେ ତୁମ ସଙ୍ଗେ ଅକସ୍ମାତ ପୁଣି ଦେଖା ହୋଇଥିଲା,

କାହିଁ କେତେ ଯୁଗରୁ ଯେ ପ୍ରୀତି ପାଇଁ ପ୍ରତୀକ୍ଷା ଏ ଥିଲା,

କେବଳ ତୁମକୁ ମନେ ସତେ ଏଇ ପ୍ରାଣ ଖୋଜୁଥିଲା ।।

ପ୍ରଥମ ଦେଖାରେ ପରା ହୋଇ ଥିଲା ଆମ ଏଇ ପ୍ରେମ,

ତୁମେ ଗଢି ଦେଇ ଗଲ ଆମ ସେ ପ୍ରେମରେ ନୂଆ ଧାମ,

ତୁମଠୁ ଆରମ୍ଭ ପ୍ରେମର ଠିକଣା ହୋଇ ନାହିଁ ବଦନାମ,

ଏଇ ଛାତି ତଳେ ଲେଖା କେବଳ ତୁମର ସେଇ ନାମ ।।

ମୋ ଜୀବନ ନଉକାରେ ଆଜି ତୁମେ ଏକା ତ ନାଉରୀ,

ମୋ ପ୍ରେମ ଝୁଡ଼ିରେ ତୁମେ ସଜ ଫୁଟା ସୁମନଟେ ସରି,

ଯେବେ ଆସ ତୁମେ ସପନ ରାଇଜେ ହୋଇ ଏକ ପରି,

ବରଷାରେ ପତ୍ର ସମ ମନ ଭିଜେ ଆଶା ଯେତେ ଧରି ।।

ତୁମ ସୌନ୍ଦର୍ଯ୍ୟ ଆଗରେ ସତେ ମୟୂର ପରା ଝାଉଁଳେ,

ତୁମର ଜୋତ୍ସ୍ନା ଆଭାରେ ଥୁଣ୍ଟା ଗଛେ ବି ପତ୍ର କଅଁଳେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance