ପ୍ରେମ ଦିବସ ମହାନ
ପ୍ରେମ ଦିବସ ମହାନ
ଆଦାମ୍ ଇଭ୍ ଆଦିମ ମାନବ ଅବା ଶତରୂପା ମନୁ
ପ୍ରେମର ଜୈତ୍ର କେତନ ଉଡିଛି ଏକ କି ଆରେକ ବିନୁ
ତାରୁଣ୍ୟ ପାଶରେ ପ୍ରେମର ପରଶ ଯୌବନର ମଧୁମାସ
ପ୍ରେମ ଋତୁ ଭାବେ ସଂସାରେ ବିଦିତ ବିପରୀତ ଲିଙ୍ଗେ ଆଶ
ପ୍ରେମ କେବେ ଦେହାତୀତ ପୁଣି ହୁଏ ଦୈହିକ ଆକର୍ଷଣ
ରାଧାକୃଷ୍ନ ପ୍ରେମ ସଂସାର ନବୁଝେ ଆତ୍ମିକ ସେ ମିଳନ
ଲୈଲା ମଜନୁ ହୀରା ରଞ୍ଜା ପୁଣି ସୋନି ମହିୱାଲ ଗାଥା
ମୃତ୍ୟୁ ପାରରେ ଅମର ସେ ଯୋଡି ଅଭୂଲା ତାଙ୍କର କଥା
ସନ୍ଥ ଭାଲେନଟାଇନ୍ ମାନବବାଦର ପରମ ପୂଜାରୀ ସାଜି
ଆତ୍ମ ବଳି ଦେଲେ ମାନବ ଜାତିକୁ ପ୍ରେମ ମନ୍ତ୍ରରେ ବିରାଜି
ମହାନ ଆତ୍ମାଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ବିଶ୍ୱବାସୀ ହୋଇ ଏକ
ଚଉଦ ଫେବୃଆରୀ ଭାଲେନଟାଇନ୍ ଡେ ପାଳନ୍ତି ପ୍ରେମର ଟେକ
ବ୍ୟବସାୟୀ ସବୁଥିରେ ହସ୍ତକ୍ଷେପ କରି ବଢାନ୍ତି ବେପାର
ପ୍ରେମର ତ୍ୟାଗକୁ ବହିଷ୍କୃତ କରି ଯୋଗ କରନ୍ତି ଭୋଗର
ରୋଜ୍ ଡେ କେବେ ଚକଲେଟ୍ ଡେ ପ୍ରପୋଜ୍ ଡେ ବିଚାରେ
କାରବାର ତାଙ୍କ ପ୍ରଗତି ଦୃତରେ ପ୍ରେମ ଧାଡିର ପଛରେ
ପ୍ରେମ ତ ତ୍ୟାଗର ମୂର୍ତ୍ତିମନ୍ତ ରୂପ ଦେବା ନେବା ବ୍ୟବସାୟ
ପ୍ରେମ ପାଇଁ ଯହିଁ ଜୀବନଟା ତୁଚ୍ଛ ଦେବା ନେବା କିବା ନ୍ୟାୟ
ମାନବ ପ୍ରେମର ମହାନ ଯଜ୍ଞରେ ପ୍ରେମର ଆହୁତି ଦେଇ
ମାନବ ପ୍ରେମ ହିଁ ମାଧବଙ୍କ ପ୍ରେମ ଏହି ଗାଥା ଯିବା ଗାଇ

