STORYMIRROR

BISWESWAR MAJHI

Romance

3  

BISWESWAR MAJHI

Romance

ପ୍ରେମ ଦିବସ ମହାନ

ପ୍ରେମ ଦିବସ ମହାନ

1 min
156

ଆଦାମ୍ ଇଭ୍ ଆଦିମ ମାନବ ଅବା ଶତରୂପା ମନୁ

ପ୍ରେମର ଜୈତ୍ର କେତନ ଉଡିଛି ଏକ କି ଆରେକ ବିନୁ

ତାରୁଣ୍ୟ ପାଶରେ ପ୍ରେମର ପରଶ ଯୌବନର ମଧୁମାସ

ପ୍ରେମ ଋତୁ ଭାବେ ସଂସାରେ ବିଦିତ ବିପରୀତ ଲିଙ୍ଗେ ଆଶ

ପ୍ରେମ କେବେ ଦେହାତୀତ ପୁଣି ହୁଏ ଦୈହିକ ଆକର୍ଷଣ 

ରାଧାକୃଷ୍ନ ପ୍ରେମ ସଂସାର ନବୁଝେ ଆତ୍ମିକ ସେ ମିଳନ

ଲୈଲା ମଜନୁ ହୀରା ରଞ୍ଜା ପୁଣି ସୋନି ମହିୱାଲ ଗାଥା

ମୃତ୍ୟୁ ପାରରେ ଅମର ସେ ଯୋଡି ଅଭୂଲା ତାଙ୍କର କଥା

ସନ୍ଥ ଭାଲେନଟାଇନ୍ ମାନବବାଦର ପରମ ପୂଜାରୀ ସାଜି 

ଆତ୍ମ ବଳି ଦେଲେ ମାନବ ଜାତିକୁ ପ୍ରେମ ମନ୍ତ୍ରରେ ବିରାଜି

ମହାନ ଆତ୍ମାଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ବିଶ୍ୱବାସୀ ହୋଇ ଏକ

ଚଉଦ ଫେବୃଆରୀ ଭାଲେନଟାଇନ୍ ଡେ ପାଳନ୍ତି ପ୍ରେମର ଟେକ

ବ୍ୟବସାୟୀ ସବୁଥିରେ ହସ୍ତକ୍ଷେପ କରି ବଢାନ୍ତି ବେପାର

ପ୍ରେମର ତ୍ୟାଗକୁ ବହିଷ୍କୃତ କରି ଯୋଗ କରନ୍ତି ଭୋଗର

ରୋଜ୍ ଡେ କେବେ ଚକଲେଟ୍ ଡେ ପ୍ରପୋଜ୍ ଡେ ବିଚାରେ 

କାରବାର ତାଙ୍କ ପ୍ରଗତି ଦୃତରେ ପ୍ରେମ ଧାଡିର ପଛରେ

ପ୍ରେମ ତ ତ୍ୟାଗର ମୂର୍ତ୍ତିମନ୍ତ ରୂପ ଦେବା ନେବା ବ୍ୟବସାୟ 

ପ୍ରେମ ପାଇଁ ଯହିଁ ଜୀବନଟା ତୁଚ୍ଛ ଦେବା ନେବା କିବା ନ୍ୟାୟ

ମାନବ ପ୍ରେମର ମହାନ ଯଜ୍ଞରେ ପ୍ରେମର ଆହୁତି ଦେଇ

ମାନବ ପ୍ରେମ ହିଁ ମାଧବଙ୍କ ପ୍ରେମ ଏହି ଗାଥା ଯିବା ଗାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance