ପ୍ରେମ ବର୍ଷା
ପ୍ରେମ ବର୍ଷା


ଅଦିନିଆ ସେହି ବର୍ଷାରେ
ଶୁନ୍-ଶାନ୍ ନିସ୍ତବ୍ଦ ସନ୍ଧ୍ୟାରେ
ଭେଟ ହୋଇଥିଲା ତୁମ ସାଥିରେ
ନିରୋଳା ଆବଦ୍ଧ କୋଠରୀରେ ।
ତୁମେ ଓ ମୁଁ ଏକାକାର ହୋଇଯିବାକୁ
ବହୁତ୍ ଇଚ୍ଛା ଥିଲା ସେଦିନ
କିନ୍ତୁ, ସଙ୍କାୟିତ ମନ ବେଢ଼ି ପକାଇଲା
ମୋ' ପାଦ ଦୁଇଟାରେ ।
ଏକା ଛାଡ଼ି ଚାଲିଗଲି ତୁମକୁ ସତ
ହେଲେ ମନ ବୁଝିଲାନି କେଉଁଥିରେ
ଫେରି ଆସିଲି ପୁଣି ତୁମ ପଥଧାରେ
ତୁମେ କିନ୍ତୁ ଜଳୁଥିଲ
ରାଗ ଅଭିମାନ କୋହ ମିଶା ଅଗ୍ନି ବର୍ଷାରେ ।
ବୁଝାଇଲି ହାତ ଧରି ସେହି ମୂହୁର୍ତ୍ତରେ
ଚାହିଁଲ ମୋତେ ତେରଛା ଚାହାଁଣିରେ
ବରଷି ଯାଉଥିଲା ଲୁହର ପ୍ରେମ ବର୍ଷା
ତୁମ ଗୋଲାପି ଅଧରରେ ।
ଭିଡ଼ି ଧରିଲ ଯେବେ ତୁମ ଉଷୁମ ବକ୍ଷରେ
ଭିତରେ ବର୍ଷା, ବାହାରେ ବର୍ଷା
ତଥାପି ଜଳୁଥିଲି ମୁଁ ତୁମ ସ୍ପର୍ଶରେ
ସତେ ଯେମିତି ବିଜୁଳି ଘଡ଼ଘଡ଼ି ମାରୁଥିଲା
ତୁମ ଛାତି ଓ ମୋ' ଛାତି ଭିତରେ
ତୁମ ନିବିଡ଼ ଆଲିଙ୍ଗନରେ ।