STORYMIRROR

Jagannath Das

Romance

4  

Jagannath Das

Romance

ପ୍ରେମ ବନ୍ଧନ

ପ୍ରେମ ବନ୍ଧନ

1 min
243


ପ୍ରେମ ଯେ ଅଟେ ସଖୀ

ଅପୁର୍ବ ବନ୍ଧନ

ପ୍ରେମଟା ଲାଗେ ସତେ

ଫଗୁର ଚଂଦନ...


ପ୍ରେମରର ରୁପ ଦେଖିଥିଲା 

ଗୋ ଉମା ପ୍ରାଣେ

ପ୍ରେମର ରୁପ କଥା ଗୈାରୀ ପୁଣ ଜାଣେ...


ପ୍ରେମର ସ୍ବପ୍ନ ଥରେ ଦେଖିଲା

ନଂଦୀକା ସେ

ମରଣ ବରିଥିଲା ପ୍ରିୟର ସଂଗ ଆଶେ


ସର ସେଦିନ ଆହା ଧରମା ଲାଗି ସିନା

ହୃଦୟେ କରିଥିଲା ପ୍ରେମର ଅରଚନା


ପ୍ରେମର ପୀଠ ରୁପେ ଆଜି ଏ କୋଣାରକ

ଆହତ ଅନ୍ତର ରେ ବିଳପେ ଛାଡେ ଡାକ


ପ୍ରେମ ବନ୍ଧନ ଆଣେ

ଉତ୍ସାହ ଉଦ୍ଦୀପନ

ପଂଗୁ ବି ଲଙ୍ଘେ ଗିରି 

ପାଇଲେ ପ୍ରୋତ୍ସାହନ..


ମରଣ ବି ବରିନିଏ

ବାରେ ନାହିଁ କୁଳ ମାନ

ଆନ ତା ପ୍ରେମ ପାଖେ

ଆଉ ସବୁ ହିନମନ୍ୟ...।



Rate this content
Log in

Similar oriya poem from Romance