STORYMIRROR

Prashanta Padhan

Romance

3  

Prashanta Padhan

Romance

ପ୍ରେମ ବିଜ୍ଞାନ

ପ୍ରେମ ବିଜ୍ଞାନ

1 min
325

ଦ୍ରବ ଦ୍ରାବକର ସମ ସଖି ଆମେ

ଗଢ଼ିବା ପ୍ରେମ ଦ୍ରବଣ

ମିଶିଯିବା ଦୁହେଁ ମିଶେ ଯେମିତିକା

ସମଜାତୀୟ  ମିଶ୍ରଣ 

ଲୁହା  ଚୁମ୍ବକର  ସମ୍ପର୍କ  ପରିକା

ହେଉଥିବା ଆକର୍ଷିତ

ବାହ୍ୟଚାପ କେବେ ରୋକି ପାରିବନି

ହୋଇବାକୁ ଏକତ୍ରିତ 

ରାସାୟନିକ  ପରିବର୍ତ୍ତନ  ପରି

ହେବନାହିଁ ଆମ ପ୍ରେମ

ବନ୍ଧନ ଆମର ହୋଇବ ଯେମିତି

ଭୌତିକ ପରିବର୍ତ୍ତନ

ଧାତୁ ସମ ଆମେ କଠିନ ରହିବା

ଆସୁ ଯାହା ପରିସ୍ଥିତି

ସୁନା ପରି ଆମ ଔଜ୍ଜଲ୍ୟର ଗୁଣ

ଆଣିଦେବ ଜହ୍ନରାତି

ପ୍ରେମ ଦହନରେ ଶିଖା ସୃଷ୍ଟି ପାଇଁ

ସାଜିବା ଦାହ୍ୟ ପଦାର୍ଥ

ଦିଆସିଲି  କାଠି  ବାରୁଦର ପରି

ଜୀବନ ହେବନି ବ୍ୟର୍ଥ

ମୁଁ  ହୋଇଯିବି  ଆପତିତ  ରଶ୍ମି

ତୁମେ ମୋ ପ୍ରତିଫଳିତ

ଆଙ୍କିଦେଇ ଏକ ପ୍ରେମ ଅଭିଲମ୍ବ

କରୁଥିବି ଆଲୋକିତ

ପ୍ରେମ ହେବନାହିଁ ଲିଟମସ୍ କାଗଜ

ହେବନାହିଁ କ୍ଷଣସ୍ଥାୟୀ

ଅମ୍ଳୀୟ କ୍ଷାରୀୟ ପାରିବେନି କେବେ

ପ୍ରେମରଙ୍ଗ ବଦଳେଇ

ପଦାର୍ଥ ପୃଥିବୀ ସାଜିବା ଗୋ ଦୁହେଁ

ଟାଣିବ ମାଧ୍ୟାକର୍ଷଣ

ଆଶାଅଛି କେବେ ଥମିଯିବ ନାହିଁ

ପ୍ରେମର ଏ ଆବର୍ତ୍ତନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance