STORYMIRROR

Sumitra Nayak

Abstract Classics Inspirational

3  

Sumitra Nayak

Abstract Classics Inspirational

ପ୍ରେମ ଭାବ ଭବ୍ୟ ସୁନ୍ଦର

ପ୍ରେମ ଭାବ ଭବ୍ୟ ସୁନ୍ଦର

1 min
187

ଚାହିଁ ଶିରୋମଣୀ '            ପ୍ରେମ ବଖାଣି'

ନନ୍ଦ ନନ୍ଦନଙ୍କ '               ଅମୂଲ୍ୟ ବାଣୀ'

ପ୍ରେମ ର ଭାବ '               ଭବ୍ୟ ସୁନ୍ଦର '

ବାଣୀ ତାଙ୍କର '               ଅମୃତ ସାର '

          ଗୋପିକା ସୁନ୍ଦରୀ ' ଗଣେ '

ଶ୍ୟାମ ସୁନ୍ଦର ଯେ '           ପ୍ରେମର ପ୍ରତିମା '

          ପ୍ରେମ ର ଅର୍ଥ ସେ ' ଜାଣେ ।


ବୋଲନ୍ତି ନନ୍ଦନ '             ପ୍ରେମାର୍ଥେ ଜାଣ '

ନିସ୍ୱାର୍ଥପରତା '               ସେ ଅଟେ ଜାଣ '

ଆଶା ଆକାଂକ୍ଷା ସେ '         ନରଖି ହୃଦେ '

ଦେଇ ଚାଲି ଥାଏ '          ପ୍ରେମ ନିସ୍ୱାର୍ଥେ '

            ଯେ ପାଇବାର ଆଶାରେ '

ପ୍ରେମ ତୁଚ୍ଛ ତୁଚ୍ଛ '            ତିରସ୍କୃତ ଭୂତ '

            ମିଥ୍ଯା ସେ ଅନୁଭବରେ ।


ପ୍ରେମ ପବିତ୍ରତା '            ବନ୍ଧନେ ଛନ୍ଦା '

ସ୍ଵତନ୍ତ୍ରତା ପ୍ରିୟ '              ସୂତ୍ର ରେ ବନ୍ଧା '

ସ୍ୱାର୍ଥ ଅର୍ଥେ ପ୍ରେମ '          ପ୍ରେମ ନୁହଁଇ '

ମୋହ ଭରା ହୃଦେ '          ପ୍ରେମ ଯେ କାହିଁ '

            ଶୁଣ ହେ ଗୋପିକା ଶୁଣ '

ଯାହା ହୃଦେ ପ୍ରେମ '          ଭାବ ରହିଥାଏ '

           ସେ ଏକା ପ୍ରେମେ ନିପୁଣ ।


ମିଥ୍ୟା ଯେ ନୁହଁଇ '        ଏ ମୋର ବାଣୀ '

ଉଦାହରଣ ମୋ '           ପ୍ରେମ କାହାଣୀ '

ଯୁଗେ ଯୁଗେ ପ୍ରେମ '        ଥିବି ବିସ୍ତାରୀ '

ପ୍ରେମ ଭାବ ହୃଦେ '          ଥାଏ ସବୁରି '

          ରାଧା କୃଷ୍ଣ ଏକ ଅଂଶ '

ଶରୀରି ଦ୍ୱୟ ରେ '    ଆତ୍ମା ଏକ ବାସ '

        ନ ହୋଇବ କେବେ ଶେଷ ।


Rate this content
Log in

Similar oriya poem from Abstract