STORYMIRROR

Bijay Prusty

Romance

4  

Bijay Prusty

Romance

ପ୍ରେମ ଅଷ୍ଟକ

ପ୍ରେମ ଅଷ୍ଟକ

1 min
233


କେତେ ମୁଁ କହିଲି ପାରିଜାତ ତୁମେ

ଛାଡ ବଣମଲ୍ଲୀ ସାଙ୍ଗ

ଶୁଣିଲନି କଥା ଜବାକୁସୁମଟା

ଓଠେ ବୋଳିଦେଲା ରଙ୍ଗ I

ତୁମରି ସୁବାସେ ମହକେ ତ୍ରିପୁର

ମଲ୍ଲୀ କିବା ଦେବ ବାସ

ତୁମପାଇଁ ପରା ସହରେ ସଭିଙ୍କ

ମୁଖରେ ଫୁଟୁଛି ହସ I

ତୁମ ଗୁଣ ଗାନ କରିବା ପାଇଁ କି

କାହାର ବା ଅଛି ଶକ୍ତି

ଭ୍ରମର ବାପୁଡା କି ଗୀତ ଗାଇବ

ବଖାଣିବ ତୁମ ପ୍ରୀତି?

ତୁମରି ପ୍ରେମର ପିଛିଳ ପଥରେ

ରଖିଛି ବୋଲି ମୁଁ ପାଦ

କାନରୁ କାନକୁ ମୋ ନାମେ ଖେଳୁଛି

ମୃଦୁ ମୃଦୁ ଅପବାଦ I



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance