ପ୍ରେମ ଅଷ୍ଟକ
ପ୍ରେମ ଅଷ୍ଟକ
କେତେ ମୁଁ କହିଲି ପାରିଜାତ ତୁମେ
ଛାଡ ବଣମଲ୍ଲୀ ସାଙ୍ଗ
ଶୁଣିଲନି କଥା ଜବାକୁସୁମଟା
ଓଠେ ବୋଳିଦେଲା ରଙ୍ଗ I
ତୁମରି ସୁବାସେ ମହକେ ତ୍ରିପୁର
ମଲ୍ଲୀ କିବା ଦେବ ବାସ
ତୁମପାଇଁ ପରା ସହରେ ସଭିଙ୍କ
ମୁଖରେ ଫୁଟୁଛି ହସ I
ତୁମ ଗୁଣ ଗାନ କରିବା ପାଇଁ କି
କାହାର ବା ଅଛି ଶକ୍ତି
ଭ୍ରମର ବାପୁଡା କି ଗୀତ ଗାଇବ
ବଖାଣିବ ତୁମ ପ୍ରୀତି?
ତୁମରି ପ୍ରେମର ପିଛିଳ ପଥରେ
ରଖିଛି ବୋଲି ମୁଁ ପାଦ
କାନରୁ କାନକୁ ମୋ ନାମେ ଖେଳୁଛି
ମୃଦୁ ମୃଦୁ ଅପବାଦ I

