STORYMIRROR

BISWESWAR MAJHI

Thriller Others

3  

BISWESWAR MAJHI

Thriller Others

ପ୍ରେମ ଅନୁଭୂତି

ପ୍ରେମ ଅନୁଭୂତି

1 min
122

ପ୍ରେମ କରିଥିଲେ ଉମା-ମହେଶ୍ୱର ସୀତା-ରାମ ରାଧା-କୃଷ୍ଣ

ତାଙ୍କରି ଦାୟାଦ ପ୍ରେମରେ ମାତିକି ହେଉଛି ନାତିଶୀତୋଷ୍ନ ।

ବୟସ ଦୋଷରେ ଇନ୍ଦ୍ରିୟାକର୍ଷଣ କେହି ବୁଝେ ନାହିଁ ମନ

ମନ ଫଟାଫଟି ଟିକିଏ କଥାରେ କାଲିକି ରସୁଛି ଆନ ।

ବିରହର ଗୀତ ଗାଇ ଗାଇ କିଏ ବୋଲାଉଛି ବଡ କବି

ପୁରୁଣା ପ୍ରେମକୁ ପାଶୋରି ପକାଏ ଦେଖିଲେ ନୂତନ ଛବି ।

ବନ୍ଧୁ ଜଣେ ମୋର ଅନୁରୋଧେ କା'ର ଲେଖିଲେ ପ୍ରେମ କବିତା

ବିକଳ ଲାଗିଲା ପଢି ବନ୍ଧୁଂକର ବରାଦି ପେରେମ ଗୀତା ।

ପ୍ରେମ ପାଠ ଆଉ ବୟସ୍କ କବିଂକୁ ଶୋଭାବନ ଦିଶେ ନାହିଁ

ପରାମର୍ଶ ଦେଲି ଲେଖିଲ ବନ୍ଧୁ ହେ ପତ୍ନୀଂକୁ ଦେଖାଅ ନାହିଁ ।

'ଦ୍ୱିତୀୟ ପତ୍ନୀ' ହୋଟେଲରୁ ଦିନେ ଭୋଜନ ଧରି ସରାଗେ

ଘରେ ପଶୁପଶୁ ପୁଡିଆକୁ ଦେଖି ନାଛି ଦେଇଗଲେ ରାଗେ ।

ବେଲଣା ଛାଂଚୁଣୀ କୁଲା ବାଉଂଶିଆ ଘରେ ହୋଇଗଲା ଠୁଳ

ପଛରେ ଜାଣିଲେ ସପତୁଣୀ ନୁହେ ହୋଟେଲ ମାଉଁସ ଝୋଳ ।

ହସପିଟାଲରେ ଖଟିଆରେ ପଡି ବନ୍ଧୁ ଭାଳୁଥନ୍ତି ମନେ 

'କବତା'କୁ ମୁହିଁ ଏତେ ଭଲ ପାଏ କହିବିନି ଆଉ ଦିନେ ।

କବିତାକୁ ଭଲ ପାଉଛି ଜାଣିଲେ ଦଣ୍ଡି ବଟକରା ଯେତେ

ଶିଳ ଶିଳପୁଆ ମୁଣ୍ଡରେ ମୋହର ଛେଚିଦେବ ଗୋଟାକେତେ ।

ଶାଳୀକୁ ଭିତିରି ପ୍ରେମ କଲେ ପଛେ ବୋକି ନପାରିବ ଜାଣି

ସପତ୍ନୀ ନାମରେ କିଛି ସହିବନି ସୁଝିଦେବ ଗଣିଗଣି ।

ପ୍ରଥମ ପ୍ରେମଟି ମାଆଠାରୁ ସୃଷ୍ଟି ବିଲୟ ସେଠାରେ ହୁଏ

କାର୍ଯ୍ୟ କାରଣରେ ହିତବୁଦ୍ଧି ସେ କି ପ୍ରେମର ଭାଜନ ହୁଏ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller