STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ପ୍ରଚାର ଫଳକ

ପ୍ରଚାର ଫଳକ

1 min
11.6K


ପ୍ରଚାର ସର୍ବସ୍ୱ ସର୍ବତ୍ର ଆଜି ବିଦିତ,

ପ୍ରଚାର ବିନା କେହିବି ନୁହଇ ଆଦୃତ ,,

ପ୍ରଚାର ଫଳକ ସବୁ ଛାଇ ଯାଇଅଛି

ଭାଗ୍ୟ ନିର୍ଦ୍ଧାରଣ ପ୍ରଚାର ପତ୍ର ହିଁ କରୁଛି ।।


ପ୍ରଚାର ଅନେକ ମାର୍ଗ ବ୍ୟବସାୟରେ  

ଦୂରଦର୍ଶନ ବେତାର ଯନ୍ତ୍ର ମାଧ୍ୟମରେ

ଅନେକ ଫଳକ ମାନ କେତେ ଡଉଲ ଡାଉଲ

ଗାଁ,ଗଣ୍ଡା,ରାସ୍ତାଘାଟ,ସହରେ,ବଜାରେ ।।


ଏବେ ଚାଲ, ନିଜର ଡେଙ୍ଗୁରା ନିଜେ ପିଟିବା

ନିଜେ ଗାଇବା ଗୁଣକୁ ନିଜର

କଥାରେ ଅଛି, କହିଜାଣିଲେ କଥା ସୁନ୍ଦର,,

ବାସି ଅଲୋଡାର ବଡ ଆଦର

ସଜ ମାଛେ ମିଛ ପୋକ ପଡ଼ିଯାଏ

ଅନୁରାଗ ତହିଁ ନାହିଁ କାହାର ।।


ପ୍ରଚାର ପତ୍ରରେ ପ୍ରଚାରିତ ରାଜ ନେତା

କିଏ ହଜିଯାଏ କାଳର ଗରଭେ ନମିଳଇ କାର ପତ୍ତା,

ଚିତ୍ରକର ତା ରଙ୍ଗ,ତୁଳି ରେ ପ୍ରଚାର ପତ୍ର ଆଙ୍କେ

ଭାଗ୍ୟ ନର୍ତ୍ତନ କାଳ ନିର୍ଦ୍ଦେଶେ ପ୍ରଚାର ପତ୍ର ରଙ୍ଗେ ।।


ଏବେ ଆସ, ନିଜେ ନିଜର ପ୍ରଶଂସା ଗାଇବା

ନିଜେ ନିଜର ନାଗରା ପିଟିବା

ଏଇ ଦୁନିଆଁ ପ୍ରଚାର ସର୍ବସ୍ୱ,,

ବିନା ପ୍ରଚାରରେ ହୁଏନାହିଁ କଛି

ଏଠି ପ୍ରଚାର ରେ ସର୍ବେ ବିବଶ ।।


ଜମିଦାର ଠକ ଏଠି ସ୍ଥାଣୁ ତା ଗୁମାସ୍ତା

ଗୋଗଷ୍ଠେ ଜମିଦାରୀ ମଦ୍ୟପ ନର୍ତ୍ତନ,

ପ୍ରଚାର ଭିତରେ ଲୁଚିଯାଏ ଅନେକ ବ୍ୟବସ୍ଥା

ତେଲ ତେଲି ଏକାକାର

ପ୍ରଚାର ଫଳକେ କର, କର ଜୟ ଗାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract