STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ପ୍ରବନ୍ଧ

ପ୍ରବନ୍ଧ

1 min
354


କିଶୋର ବୟସ ମହକେ ସୁବାସ 

ବାସେ ଚନ୍ଦନ ତୁଳସୀ 

ଉଦୟେ ଅରୁଣ ଅଭ୍ୟାସେ ସୁଗୁଣ 

ଉଠେ ଆତ୍ମ ଫୁଲ ହସି । 

ବିକଶୁ କଳିକା ସରସ କୋମଳେ 

ଲୋଡା ଶିକ୍ଷା ଉପଚାର

ଢାଳ ମନ ପ୍ରାଣ ସ୍ନେହ ଓ ସୋହାଗ

ବୃଦ୍ଧି ହେଉ ସୁବିଚାର ।

ଆପଣା ଭିତରେ ରହିଛି ସୁଗୁଣ

ମୂଳ ରୂପ ରସ ଗନ୍ଧ

ସୁବିକାଶ ହେଉ ସୁପରିବେଶେ

ସୁଷମ ହେଉ ପ୍ରବନ୍ଧ ।

ଉତ୍ତମ ପ୍ରଚେଷ୍ଟା ସହଯୋଗ ବଳେ

ପୁଷ୍କଳ ପୂର୍ଣ୍ଣ ଉନ୍ମେଷ

ନ ହେଲେ ସଚେତ ଉଦ୍ୟୋଗ ସଜଗ

ମନ କୋମଳ ବିମର୍ଷ ।

ଧ୍ୱଂସ ବିନାଶକ ଅନ୍ଧକାର ପଥୁ

ରହନ୍ତୁ କିଶୋର ଦୂରେ

ଅର୍ଜିବେ ସଂଜ୍ଞାନ ସଠିକ୍ ସମୟେ

ନିଜେ ସ୍ୱ ଅଭିଜ୍ଞତା ବଳେ ।।


Rate this content
Log in

Similar oriya poem from Inspirational