STORYMIRROR

Kananbala Das

Inspirational

4  

Kananbala Das

Inspirational

ପ୍ରଭୁ ଶ୍ରୀ ଜଗନ୍ନାଥ

ପ୍ରଭୁ ଶ୍ରୀ ଜଗନ୍ନାଥ

1 min
283


ବର୍ଷର ଆରମ୍ଭେ ପ୍ରଣତି ଜଣାଇ

ମାଗୁଛି ଏତିକି କରୁଣା ଭିକ୍ଷା,

ନୁଆଁବରଷରେ ନୂତନ ଉଲ୍ଲାସେ 

କରିବୁ କାଳିଆ ଭକ୍ତଙ୍କ ରକ୍ଷା.....।


କୃପାକରିଥିବୁ କୃପାସିନ୍ଧୁ ସଦା

ତୋହର କୃପାରୁ ଜୀବନ ବିତେ,

ତୋର ବିନା ମୋର ଆନ ଗତିନାହିଁ

ଆଜନ୍ମ ଭରଷା କରିଛି ତତେ.....। 


କିସୁଖ ପାଇଛି କେତେ ଦୁଃଖ ଦେଲୁ

ହିସାବ କିତାବ ତୋପାଖେ ରଖା,

ନିଜର ଭାବି ମୁଁ ସବୁକଥା କହେ

ଏକା ତୁହି ମୋର ପରାଣ ସଖା.....।


ମଣିଷ ଜୀବନ ପାଣିର ଫୋଟକା

ଆଜିଅଛି କାଲି ନାହିଁ ଭରସା,

ଆସିଛି ମୁଁ ଏକା ଚାଲିଯିବି ଏକା

ସାଥିରେ ନଯିବେ କେହି ସହସା.....।


ଆଜି ସିନା ମୋହ ସଂସାର ମାୟାରେ

ସରିବ ଯାତରା ଜଳିବ ଜୁଇ,

ଧର୍ମସାଥେଥିଲେ ମିଳିଯିବ ମୁକ୍ତି

ବିଭୁପାଦତଳେ ଆଶ୍ରୟ ପାଇ.....।


ତୋ ଡୋରି ଲାଗିଲେ ଯିବି ଶ୍ରୀ ମନ୍ଦିର

ଭକ୍ତିର ନୈବେଦ୍ୟ ହୃଦୟେ ଭରା,

ଭକ୍ତର ଜୀବନ ଭକ୍ତ ପ୍ରାଣ ଧନ

ଜଗତର ନାଥ ବୋଲାଉ ପରା.....।


ଏତେ ଭାଗ୍ୟ ସତେ ଦେବୁରେ କାଳିଆ

ଦର୍ଶନ କରିବି ତୋର ଶ୍ରୀ ମୁଖ,

ତୋର ଦରଶନେ ପୁରିବ ମୋ ଆଶ

ଲୋଡା ନାହିଁ ମୋର ସୌଭାଗ୍ୟ ସୁଖ...।.


ଭାବର ସମ୍ପର୍କ ଭାବରେ ବାନ୍ଧିବୁ

କାଳିଆ ଠାକୁର ଶ୍ରୀ ଜଗନ୍ନାଥ,

ପର କରିବୁନି ହୃଦୟ ସଙ୍ଖାଳି

ତୁହିପରା କୋଟି କୈବଲ୍ୟନାଥ.....।



    


Rate this content
Log in

Similar oriya poem from Inspirational