STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପ୍ରଭୁ ସଦାଶିବଙ୍କ ମହିମା   

ପ୍ରଭୁ ସଦାଶିବଙ୍କ ମହିମା   

2 mins
12

      ପ୍ରଭୁ ସଦାଶିବଙ୍କ ମହିମା     
          ===========
ଶୁଣ ଶୁଣ ଶୁଣ ଶୁଣ ସାଧୁଜନେ ଶୁଣ l ଶିବଙ୍କର କଥା କିଛି କରୁଛି ବଖାଣ ll
ଅକର୍ମ କର୍ମ ଦାୟକ, ପ୍ରଭୁ ସଦାଶିବ l
ମହିମା ଶ୍ରବଣେ ସର୍ଵକଷ୍ଟ ଦୂରଯିବ ll
ନାମ ବହିଛନ୍ତି ହର ସର୍ଵ ଦୁଃଖ ହର l
ପରମଯୋଗୀ ହରଙ୍କ ମହିମା ଅପାର ll କଇଳାସପୁରେ ବାସ ପତ୍ନୀ ପାରବତୀ l ପୂର୍ବଜନ୍ମେ ଥିଲେ ଦକ୍ଷପ୍ରଜାପତି ପୂତ୍ରୀ ll
ଦକ୍ଷ ଯଜ୍ଞ ଭଗ୍ନ ଗାଥା ଶୁଣି ଥିବ ଭାଇ l ଯଜ୍ଞାନଳରେ ଝାସିଲେ ସତୀ ମହାମାୟୀ ll ରଚିଲେ ତାଣ୍ଡବ ଶିବ ଧରି ଦଗ୍ଧ ପିଣ୍ଡ l
ପିଣ୍ଡକୁ ବିଷ୍ଣୁ ଚକ୍ରରେ କଲେ ଖଣ୍ଡ ଖଣ୍ଡ ll
ଖଣ୍ଡ ଖଣ୍ଡ ପିଣ୍ଡ ତହୁଁ ନାନା ସ୍ଥାନେ ପଡ଼ି l
ଶକ୍ତି ପୀଠ ଏକ ଏକ ଉଠିଲାକ ଗଢ଼ି ll
ସତୀ ଜନମିଲେ ପୁଣି ହିମାଳୟ ଘରେ l ଶିବଙ୍କୁ ବରିଲେ ମାତା ପାର୍ବତୀ ରୂପରେ ll ଶିବଙ୍କ କୋପାନଳରେ ଜଳି କାମଦେବ l କାମାରି ନାମ ବହିଲେ ପ୍ରଭୁ ସଦାଶିବ ll ତ୍ରିପୁରା ଅସୁର ପ୍ରଭୁ କଲେ ଯେ ନିଧନ l ତ୍ରିପୁରାରୀ ନାମ ତେଣୁ ପ୍ରଭୁ ପଞ୍ଚାନନ ll ସାଗର ମନ୍ଥନେ ପିଇ, ଗରଳ ଆକଣ୍ଠ l ନୀଳବର୍ଣ୍ଣ କଣ୍ଠ ତାଙ୍କ ନାମ ନୀଳକଣ୍ଠ ll ଜଟାକୁ ଖୋଲିଲେ ପ୍ରଭୂ ପୁରିଲା ଆକାଶ l ବ୍ୟୋମକେଶ ନାମ ତହୁଁ ପ୍ରଭୁ କୃତ୍ତିବାସ ll ଜାହ୍ନବୀ ସ୍ଵର୍ଗରୁ ପଡ଼ି ହୋଇଲେ ବାହାର l ତେଣୁ ନାମ ପ୍ରଭୁଙ୍କର ହେଲା ଗଙ୍ଗାଧର ll ଭୂତନାଥ ଭୂତ ପ୍ରେତ ମେଳେ ବୁଲୁଥାନ୍ତି l ଶ୍ମଶାନ ପାଉଁଶ ଯାକ ଦେହରେ ବଭୁତି ll ଆଶୁତୋଷ, ଦୟାମୟ, ପ୍ରଭୁ ଦିଗମ୍ବର l ଭସ୍ମାସୁରେ ବରଦେଇ ହେଲେ ହରବର ll ଶଶାଙ୍କ ଶୋଭଇ ଶିରେ ନାମ ଚନ୍ଦ୍ରଚୁଡ଼ l ଶିବଙ୍କୁ ଭଜରେ ମନ ମାୟାରେ ନବୁଡ଼ ll କଣ୍ଠରେ ଲମ୍ବିଛି ତାଙ୍କ ଭୂଜଙ୍ଗର ମାଳା l ଭୋଳାନାଥ ନାମ ପ୍ରଭୁ ଭକତବାଉଳା ll ଅନନ୍ତ ଲୀଳା ତାଙ୍କର କେ ବର୍ଣ୍ନି ପାରଇ l କିଞ୍ଚିତେ କହିଲି ତାଙ୍କ ଚରଣକୁ ଧ୍ୟାୟୀ ll ଦେବଦେବ ମହାଦେବ ଜୟଦେବ ହର l ମଙ୍ଗଳମୟ ଶିବଙ୍କୁ କୋଟି ନମସ୍କାର ll
             🙏🙏🙏
                ଅର୍ଜୁନୀ
              --------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational