ପ୍ରଭାତ
ପ୍ରଭାତ
ଧୂସର ଚଟାଣେ ବିସ୍ତୀର୍ଣ୍ଣ ଚାଦର
ବିଞ୍ଚି ଦେଇଗଲା କିଏ
ଆଲୁଅ ମୁରୁଜ ଆଦିତ୍ୟ କିରଣେ
ଆଙ୍କି ଦେଲା ପରା ସିଏ ।
ସବୁରି ମନରେ ଆଶାର କିରଣ
ସଞ୍ଚାରିତ କଲା ଯିଏ
ଶେଫାଳୀ ପସରା ଭୂଇଁ ସାଉଁଟିଲେ
ଛୁଇଁ ଦେଲା ତାଙ୍କୁ ସିଏ।
କାକରର ଟୋପା ଦିଶେ ମୁକ୍ତା ସମ
ପଡି ଆଲୋକ କାହାର
ଶସ୍ୟ ଶ୍ୟାମଳ ମାଆଟି ଆମର
ନାହିଁ ତାର ପଟାନ୍ତର ।
ଅମୃତମୟ ସୃଷ୍ଟି ଝଲସିଲା
ଅପାର କରୁଣା ଦୃଷ୍ଟି
ସବୁରି ମଙ୍ଗଳ କର ଦୟାମୟ
କର ଆଶିଷର ବୃଷ୍ଟି ।