Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପ୍ରଭାତ କୁସୁମ

ପ୍ରଭାତ କୁସୁମ

1 min
229


ବିରହ ବିଧୁରା ରଜନୀ ପାହିଲା

ଡାକ ଦେଲେ ଚକ୍ରବାକ

ଚକ୍ରଧର ପକ୍ଷୀ ଜନ୍ମୁ ପାରିକର

କଳାକର କଳାମୁଖ l


ମନ୍ଦାର ଫୁଟିଲା ଅନ୍ଧାର ତୁଟିଲା

ପ୍ରାଚୀ ନଭେ ଦିନମଣି

କୁକ୍କୁଟ ଡାକିଲେ ମୁକୁଟ ଉଠାଇ

ଉଠ ଉଠ ଧନମଣି l


ତାରା ଅସ୍ତ ଗଲେ ଗୋଟି ଗୋଟି

କରି ପରିହରି ତାଙ୍କ ତୋରା

ଚାହୁଁ ଚାହୁଁ ଧୀରେ ମାଡ଼ି ଆସୁଅଛି

ମହୀକି ପ୍ରବଳ ଖରା l


ଧୂଳି ଶେଯ ତେଜିଲେଣି ଠାକୁରାଣୀ

ମଶାଣି ବାଉଁଶ ବଣେ

ମଙ୍ଗଳମୟୀ ମୋ ମାଆ ଫେରିଲେଣି

ଭେଟି ଭକ୍ତ ଜଣେ ଜଣେ l


ପେଚକ ଲୁଚିଲେ ବାୟସଙ୍କ ଭୟେ

ହରି କୀର୍ତ୍ତନ ମନ୍ଦିରେ

ପ୍ରଭାତ କୁସୁମ ଗନ୍ଧ ସମୀରଣ

ମନ୍ଦ ବାସ ମନ ହରେ l


ନୂଆ ଭୁଆସୁଣୀ କୁଆଡାକ ଶୁଣି

ପକାନ୍ତି ପବିତ୍ର ପାଣି

ଦୂର ଚୁତକୁଞ୍ଜେ ପିକ ଶୁକ ଗୁଞ୍ଜେ

କଜ୍ଵଳ ପତ୍ରୀ ଓ ବଣି l


ଜମ୍ବୁକେ ଲୁଚିଲେ କିଆ ବଣେ ଯାଇ

କମ୍ବୁ ନାଦ ଶମ୍ଭୁ ଆଳେ

ବାର ନାରୀ ପୁରୁ ଜାର ପଳାଇଲେ

ଦେଖି ନେବ କିଏ କାଳେ l


ରାଧାକୃଷ୍ଣ କୃଷ୍ଣ ହରି ହରି ବୋଲି

ଶ୍ରଦ୍ଧାରେ ଶୁକ ଶାରିକା

ହରେ ରାମ ହରେ କୃଷ୍ଣ ବୋଲିବାକୁ

ନେଇଛନ୍ତି ପରା ଠିକା l


ଜୟ ଜଗନ୍ନାଥ ଜଗତ କରତା

ନମସ୍ତେ ସୂର୍ଯ୍ୟ ଦେବତା

ହରି ହରି ନାମେ ଭରି ଦିଅ ପ୍ରଭୁ

ଜୀବନେ ମୋ ସାର୍ଥକତା l


Rate this content
Log in

Similar oriya poem from Inspirational