ପ୍ରଭାତ ଅବକାଶ
ପ୍ରଭାତ ଅବକାଶ
ପୂରୁବ ଆକାଶେ ଦିଗ୍ ବଳୟ ଡେଇଁ
ଆକାଶେ ଚଳଇ ସୂରୁଯ
ନଭେ ପଥ ଧାରେ ବୃକ୍ଷର ବିତାନେ
ଢାଳି ଆଲୋକର ମୂରୁଜ 11
ହଂସ ହଂସରାଳି ପକ୍ଷୀଙ୍କ କାକଳି
ନଭ ଦେଶ ମୁଖରିତ
ନିଜ ନୀଡ ଛାଡି ଦୂରେ ଯା'ନ୍ତି ଉଡି
ମନେ ଆଶା ଅପ୍ରମିତ 11
ହସି ଉଠେ ଫୁଲ ଖେଳାଇ ହିଲ୍ଲୋଳ
ସୂରୁଯ ଆଲୋକ ପରଶେ
କୁଆଁରୀ ମନଟା ଦେଖି ବିମୋହିତ
ଗଭାରେ ଲଗାଏ ହରଷେ 11
ସ୍ରୋତସ୍ୱିନୀ ନୀରେ ସୂରୁଯ କିରଣ
ପଡି ଅପରୂପ ଦିଶେ
ଭାବୁକ ମନକୁ ମୋହି ନିଏ ସେତ
ହଜାଇ ସ୍ୱପ୍ନ ପ୍ରଦେଶେ 11
ସାଗର ଦେହର ନୀଳ ଜଳରାଶି
ଦିନ ନାଥ ଆଲୋକରେ
ମଗର ଶାଙ୍କୁଚ ନୀଳ ତିମି ଆଦି
ନାଚୁଥା'ନ୍ତି ଆଖି ପଲକରେ 11
ବୁଣନ୍ତେ ସୂରୁଯ ଆଲୁଅ ମୁରୁଜ
ହସି ଉଠେ ବାଡି ବଗିଚା
ନବୀନ ପ୍ରକାଶେ ହସେ ଚତୁର୍ଦ୍ଦିଶ
ହସେ ଘାସର ଗାଲିଚା 11
ନୀଳ ଗଗନର ନୀଳିମାକୁ ଲଙ୍ଘି
ଡେଇଁ ନଦୀ ପରବତ
ସୂରୁଯ ଆଲୋକେ ଧଳା ମେଘମାଳା
ହସେ ହୋଇ ଉଦ୍ଭାସିତ 11
ଆହେ ଦିନନାଥ କାହୁଁ କେଉଁ କାଳୁ
ତୁମ୍ଭେ ନିଜେ ଜଳି ଜଳି
ସକଳ ସୃଷ୍ଟିକୁ ରଖିଛ ବଂଚାଇ
ଦାନ ହୁଏ ନାହିଁ କଳି 11
ହେ ଭାସ୍କର ତୁମ କରୁଣା କରରେ
କର ମୋତେ ଉଦ୍ଭାସିତ
ଭରି ଦିଏ ମୁହିଁ ଅନ୍ୟ ମୁଖେ ହସ
ସହି ଦୁଃଖ ଅପ୍ରମିତ 11
