STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ପ୍ରବାସ ଚିନ୍ତନ

ପ୍ରବାସ ଚିନ୍ତନ

1 min
227


ପ୍ରବାସେ ମନେ ପଡ଼େ ସଦା

ଗାଁ ମାଟି ମାଆର କଥା

ସେଇ ନୁଆଁଣିଆ ମାଟିକାନ୍ଥ 

ଚାଳଛପର ଆମ ସରଗପୁର 

ସ୍ନିଗ୍ଧ - ସାବଜା - ଶୀତଳ ପଣତ

ନଈ ପଠାର କାଶତଣ୍ଡି

ବିଲ ଗହୀରର କଇଁ

ପୋଖରୀର କାଚକେନ୍ଦୁ ପାଣି

ସାଗୁଆ ଧାନ କିଆରୀ!!


ଦେବୀ ପୀଠର ଶାରଦୀୟ ପାର୍ବଣ

ଘଣ୍ଟ ଘଣ୍ଟା ଶଙ୍ଖ ନାଦ ମଧ୍ୟେ 

ପୂଜକଙ୍କ ମନ୍ତ୍ରୋଚାରଣ 

ଧାଡ଼ି ପଙ୍ଗତରେ ଜନ୍ତାଳ ଭୋଜନ!!


ପୁଣି ମନେ ପଡ଼େ

କଞ୍ଚା ଲଙ୍କା ସହ ଶାଗ ପଖାଳର ମହକ

ନବାନ୍ନ ଚୂଡ଼ାଘଷାର ନିଆରା ସୁଆଦ

ନାନାଦି ପିଠାପଣାର ସୁମିଷ୍ଠ ଆଘ୍ରାଣ!!


ପ୍ରବାସେ ପ୍ରାଣ ଝୁରେ 

ପୋଡ଼ପିଠା ବୁଢ଼ା ଚକୁଳି 

ରସଗୋଲା ଛେନାପୋଡ଼ 

କୋରାଖଇ ରସାବଳି!!


ପୁଣି ମନେ ପଡ଼ନ୍ତି

ସାଙ୍ଗ ସାଥି ବାଲ୍ୟକାଳର

ମରି ହଜି ଯାଇଥିବା ବୁଢ଼ାବୁଢ଼ୀ

କୁମାରୀଙ୍କର କୁଆଁର ପୁନେଇଁ ଗୀତ

ମନେ ପଡେ ରଜ ଦୋଳି

ହୋଲି ଦୀପାବଳି!!


ପ୍ରାରବ୍ଧ ଅବା କେଉଁ କୃତ କର୍ମଫଳ

ଲାଗି ଭୋଗିବାକୁ ପଡେ ଆଜି 

ନିର୍ବାସିତ ଦେଶାନ୍ତରୀ ଜୀବନ 

ଗାଁର କିଞ୍ଚିତ ଭାବନା ମାତ୍ରକେ 

ଅଶ୍ରୁସ୍ନାତ ହୋଇ ଯାଏ ବେନି ନୟନ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract