Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Fantasy

3  

Ram Prasad Bisoi

Fantasy

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
486



ବେଶ ଚମତ୍କାର

ଏ ବିଶ୍ବ ବ୍ରହ୍ମାଣ୍ଡ ରହସ୍ୟ,

ତା ଠାରୁ ବଳିୟାନ

ଜନ୍ମ ଠାରୁ ମୃତ୍ୟୁର

ଜୀବନର 

ଅନ୍ତର ।


ଶଯ୍ୟାଶାୟୀ ନିର୍ଜୀବ ଜଡ

ଅନ୍ୱେଷଣରତ୍ତ ମୁକ୍ତିର

ନିର୍ବାଣ ପଥେ ,


ଛଳ ଛଳ ନୟନ ଯୁଗଳ

ନିସ୍ତେଜ ଶରୀର,

ନିୟନ୍ତ୍ରଣହୀନ ସମସ୍ତ

ବଳକା ସମୟ

ନିଷ୍ଠୁର ଲାଗୁଛି

ଚାଲୁଥିବା

ଘଣ୍ଟାର 

ଟିକ ଟିକ ଶବ୍ଧ ।


ଭୁଲ ଠିକର

ଅନେକ ଅତୀତର କୃତକର୍ମର ହିସାବ,

ପରିବାରବର୍ଗଙ୍କ ଚିନ୍ତାରେ

ଆକଳନର କେନ୍ଦ୍ରବିନ୍ଦୁ

ଯେତେସବୁ ସ୍ଥାବର ଆସ୍ଥାବର ସମ୍ପତ୍ତିର

ତାଲିକା ।


ବାଦଦେଇ 

ବାରଣ୍ଡାରେ ଆଜିବି ଠିଆ ହୋଇଥିବା 

ପଚାଶବର୍ଷ ତଳର ପୁରୁଣା

ସାଇକେଲ

ଛିଣ୍ଡା ଅଛିଣ୍ଡା ହଳେ

ଜୋତା ।


ଯେମିତି 

ଆହୁରି ବାକି ଅଛି

ଅନେକ କିଛି କହିବାର

ଏବଂ କରିବାର ଅଛି,

ଏଇତ ଆରମ୍ଭ ହୋଇଥିଲା

ଗତକାଲି ।


ଅତ୍ମୀୟଙ୍କ ଦୀର୍ଘ ପ୍ରତୀକ୍ଷା 

ସ୍ବେଚ୍ଛାକୃତ ନିର୍ବାସନ ନେବ

ପିଣ୍ଡରୁ ପ୍ରାଣଟି ଯେ କେତେବେଳେ

କିନ୍ତୁ ,

ପ୍ରାଣଟିର ଅହେତୁକ ମୋହ,

ଏବେବି ତାର ବେଶ କିଛି କରି 

ଯିବାର ଅଛି

ବେଶ କିଛି କହିବାର ଅଛି 

ବାକି ଅଛି

କେବଳ ମୁକ୍ତିମଣ୍ଡପରେ କରିବାକୁ ବାକିଥିବା

ପ୍ରାୟଶ୍ଚିତ !



Rate this content
Log in

Similar oriya poem from Fantasy