STORYMIRROR

Lopamudra Parida

Abstract

3  

Lopamudra Parida

Abstract

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
294


ଆମ ସଂଜ୍ଞାହୀନ ସଂପର୍କ ର

ସମାନୁପାତୀ ନାମ ଟେ ଖୋଜୁଥିଲେ କି ଆମେ ?

ନା ପ୍ରିତମ ,ନା ସାଥି ତୁମେ ଥିଲ !

ଏକ ଆକାଶ ସେପାରିର ସଂପର୍କ ଟେ ରେ

ସେତୁ ବାନ୍ଧି ପାଦ ଥାପି ସାରିଥିଲେ ଆମେ ଦିହେଁ

ତୁମ ପ୍ରଜ୍ଞା, ପ୍ରେରଣା ର ଆଇନା ମୁଁ ଥିଲି

ଆଉ ତୁମେ ଏକ ଛଳ ଛଳ ଝରଣା

।।

ଝରଣା କୂଳରେ ଥୁଆ ଆଇନା ଟିଏ ପରି

ଏ ସଂପର୍କ ,

ଯୋଉଥିରେ ମୁହଁ ଦିଶେ

ଉଭୟ ଜଳ,ଓ ଦର୍ପଣ ।।

ସ୍ବାଗତ କରୁଥିବା ସ୍ବପ୍ନ ମାନେ ବି

ଖୋଜୁଥିଲେ ନିର୍ଦ୍ଦିଷ୍ଟ ପରିଚୟ

ଅବୀଲିନ ମୂର୍ଛନା ତୋଳୁଥିବା

ଏ ଝଙ୍କାର

ନୁହେଁ ଏ ଧରା ର ।

ବୁଝେ ମୁଁ, ବୁଝ ବି ତୁମେ

ସବୁବେଳେ କଣ ତେବେ

ନାଁ ଟିଏ ନିହାତି ଲୋଡା?

ତଥାପି ଚାରିପଟର ଚାରିପଟ ମାନେ

କବନ୍ଧ ପରି ନିଃଶବ୍ଦ ଥାଇ ବି

ଫିଙ୍ଗି ଚାଲିଛନ୍ତି ପ୍ରଶ୍ନ ବାଣ

କିଏ? ସଂପର୍କ କଣ ?

କଳା ନା ଧଳା?

କିନ୍ତୁ ଏ ସବୁକୁ

ଭୃକ୍ଷେପ ନକରି ଆଖି, ମନ,ଆତ୍ମା 

ଅନେକ ତୁମ ସହ ଏମିତି ରେ ବିତିଯାଇଥିବା ସମୟ

ବିଲକୁଲ୍ ଜଣା ପଡି ନଥିବା ଯେ

ୟା ଭିତରେ କଣ୍ଟା କଣ୍ଟା ବୁଲିସାରିଛି

ଢେର୍ ଥର ।।

ମାଗୁଥିଲେ ପ୍ରତିଶ୍ରୁତି ଟେ

ସଂଜ୍ଞା ଟେ

ନାଁ ଟେ

ପ୍ରାୟଶ୍ଚିତ ଟେ

ବିନା ତା' ଅନୁମତି ରେ

ଆମେ ସାରିଦେଇଥିବା ସମସ୍ତ

ମହାର୍ଘ୍ଯ କ୍ଷଣ ସବୁ ପାଇଁ

ବାସ୍

ପ୍ରାୟଶ୍ଚିତ ଟେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract