STORYMIRROR

Dr Baman Chandra Dixit

Romance

2  

Dr Baman Chandra Dixit

Romance

ପ୍ରାତଃ ଶିହରଣ

ପ୍ରାତଃ ଶିହରଣ

1 min
397

କଅଁଳ ଖରା ମୋ ଶୀତୁଆ ଆକାଶେ

କୁହୁଡ଼ି ଚିପୁଡ଼ା ତାତି

ଓଢଣା ତଳୁ ଗୋ ଚାହୁଁଛ ଯେମିତି 

ଜହ୍ନ କି ଖରା ପୋଉଁଛି


ଅସଜଡ଼ା ଜୁଡ଼ା ଉଜୁଡ଼ା ଉଜୁଡ଼ା 

କେରି କେରି ଚୁନା କେଶ

ଲିଭା କଜଳ ର ପ୍ରଗଳ୍ଭ ଆବେଗ

ଆଶା ଭାଷା ର ପରଶ


ନକହି ନକହି କହିଯାଅ ଯେବେ

ମନ ର ଗୋପନ ଭାଷା

ଅପୁରା ଆଶା ର ନୁଖୁରା ସୁଆଦ

ଆସ୍ଵାଦ କାମୀ ଲାଳସା


ହୁଗୁଳା ରାତିର ଲଙ୍ଗଳା ବାସନା

ଫୁଙ୍ଗୁଳା ଆଳାପ ମୋହ

ଚମକେ ଛଟକେ ନଜ଼ର ଅଟକେ

କାକର ନିଗିଡ଼ା ଦେହ


ସ୍ଖଳିତ ପଣତ ଅଙ୍ଗ ସଙ୍ଗ ଚ୍ୟୁତ

କରନା କରେ କାମିନୀ

ଶୋଭା ଅପରୂପ ଲଭୁ ମତ୍ତ ଚିତ୍ତ

ମତି ପ୍ରୀତି ପ୍ରଦାୟିନୀ


ଆମନ୍ତ୍ରଣ ମନ୍ତ୍ରେ ମନ୍ତୁରା ଚାହାଣି

ଛାତି କତରେଇ ଦିଏ

କୁହୁକ ଭରା ତୋ ବତୁରା ଅଧର

କାମ କାମନା ଜଗାଏ


ନଜ଼ର ଫେରା ତୋ ଚାହାଣି ଜଣାଏ

ସାଇତା କେତେ ସପନ

ସାଉଁଳେଇ ଦିଏ ଅଝଟ ମନକୁ

ପ୍ରାତଃ ପ୍ରୀତି ଶିହରଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance