STORYMIRROR

Debabrata Mishra

Abstract Action Classics

4  

Debabrata Mishra

Abstract Action Classics

ପରାସ୍ତ ବାମବାଦ

ପରାସ୍ତ ବାମବାଦ

1 min
213


ତଥାକଥିତ ବାମପନ୍ଥୀ ବିଚାର ନୁହେଁ

ବରଂ ବିଚାରର ବିକାର ଆତଙ୍କର ପ୍ରକାର, 

ଏମାନେ ହାରିଯାଇଛନ୍ତି ଧରା ପଡ଼ିଛନ୍ତି

ଆଧୁନିକ ଯୁବଶକ୍ତିର ଚିନ୍ତା ଓ ଚେତନା ସମ୍ମୁଖରେ

ମିଛ ବିଚାରକୁ ଆୟୁଧ କରି କେବଳ

ରାଜନୀତିର ବେପାର ଦ୍ୱାରା ପେଟ ପୋଷୁଛନ୍ତି, 

ରକ୍ତରେ ଧମନୀରେ ମସ୍ତିଷ୍କ ରେ 

ଭର୍ତ୍ତି ହୋଇ ରହିଛି ଦେଶଦ୍ରୋହୀର ଚିନ୍ତା 

ବୈଚାରିକ ଆତଙ୍କବାଦର ପୂଜାରୀ ଏ ରକ୍ତ

ରକ୍ତରେ ଭାରତ ମାତାକୁ ବାରବାର ସ୍ନାନ କରାଉଛନ୍ତି, 

ଛି ଛି ଧିକ୍କାର ତୁମର ସେ ମିଛ ବାମବାଦ

ସାମ୍ୟବାଦର ଚିନ୍ତାଧାରାରେ ହିଁ ମାଓବାଦର ଜନ୍ମ, 

ଜ୍ଞାନୀ ତୁମେ କେବେ ବି ନୁହଁ 

ଜ୍ଞାନୀର ଖୋଳପା ପିନ୍ଧି ମାଟିକୁ କରୁଛ ଅତ୍ୟାଚାର

ମା' ଭାରତୀର ତୁମେ ବି ତ ପୁତ୍ରକନ୍ଯା

ତେବେ କାହିଁକି ଏ ଅତ୍ୟାଚାର ଗୁଳିଗୋଳା

ତୁମେ ବୁଝିବ ବା କେମିତି ତୁମକୁ ବୁଝାଇବାକୁ

ଜଣେ ମଣିଷକୁ ଉଚ୍ଚତର ଶିକ୍ଷା ଓ ଗବେଷଣା କରିବାକୁ ପଡ଼ିବ!! 

ବାମପନ୍ଥୀ ର ବାମବାଦ ଆଜି ପରାସ୍ତ

ଛଟପଟ ହୋଇ ନେଉଛି ନିଷ୍ପତ୍ତି ତଥାପି ହାରିବ ସେ

ହାରିବାର ଅୟମାରମ୍ଭ ତ ଇଏ ପରାସ୍ତ ବାମବାଦର ପନ୍ଥୀଗଣ, 

ସର୍ବପ୍ରଥମେ ଭାରତ, ପରେ ଆଉ କିଏ 

ତୁମ ଭିତରେ ମୋ' ଭିତରେ ରହିଛି ବୀରତ୍ୱକଥା

ବୀରତ୍ୱ ର ଅବା ପରିଚୟ କିଏ ଖୋଜେ

ଏ ଦେଶ କେବେ ହାରିବନି

ଗଣତନ୍ତ୍ର ରେ ଗଣ ଶାସିତ ହିଁ ହେଉଛି, 

ନିଶ୍ଚୟ ଜିତିବ ହାରିବାର ଭୟ ଦେଖାଯାଏ ଶୁଣାଯାଏ ନାହିଁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract