STORYMIRROR

SUKANTA KHANDA

Children

4  

SUKANTA KHANDA

Children

ପ୍ରାର୍ଥନା

ପ୍ରାର୍ଥନା

1 min
352

ସକାଳରୁ ଉଠି ପ୍ରାର୍ଥନା କରିଲି

ସୂରୁଯ ତୁମକୁ ମୋର

ପବନକୁ ଦେଲି ମୁଣ୍ଡକୁ ନୁଆଁଇ

ଯିଏ ବହେ ନିରନ୍ତର।୧


ପାଣିକୁ ଧରିକି ଆଞ୍ଜୁଳାରେ ମୋର

ସୁମରିଲି ହେ ଗୋସେଇଁ

ଏହି ଜୀବନ ମୋ ବଞ୍ଚାଇ ରଖିଛ

ଯୋଡି଼ଲି ମୋ' କର ଦୁଇ।୨


ମାଟି ମାଆ ତୁମେ ଜନମରୁ ଆହା

କଷଣ ସହିଛ କେତେ

ନିଇତି ତୁମକୁ ଦୁଃଖ ଦେଇଅଛି

ପ୍ରଣାମ କରୁଛି ତୋତେ।୩


ହେ ପକ୍ଷୀ ତୋ ଯୋଗୁଁ ଏ ଜଙ୍ଗଲ ସୃଷ୍ଟି

ଲଗାଇଛ ମଞ୍ଜି ବୁଣି

ଫଳ ଫୁଲ ଖାଇ ଏ ଜୀବନ ଧନ୍ୟ

ଏହି ମୋ ପ୍ରାର୍ଥନା ଠାଣି।୪


ପଶୁ ଜଗତକୁ କୋଟିଏ ପ୍ରଣାମ

ଯିଏ ଜଗିବାରୁ ବଣ

ଘଞ୍ଚ ହୋଇଅଛି ବିଶ୍ୱ ସବୁଜିମା

ପ୍ରତିଟି ଜୀବ ପରାଣ।୫


କେଡେ ଯତନରେ ହେ ଈଶ୍ୱର ତୁମେ

ଗଢି଼ଛ ବିଶ୍ୱ ଧରଣୀ

ଜୀବ ନିରିଜୀବ ସଂସାରରେ ତୁମେ

ଉଦ୍ଭିଦ ହେଉ କି ପ୍ରାଣୀ?୬


ଫୁଲରେ ଭରିଛ ସଉନ୍ଦର୍ଯ୍ୟ କେତେ

ଯା'ପାଇଁ ପାଗଳ ସବୁ

କୋଟିଏ ପ୍ରଣାମ ଧନ୍ଯବାଦ ଘେନ

ହେ ବିଶ୍ୱନିୟନ୍ତା ବିଭୁ।୭


ସକଳ ସଂସାର ତୁମ ଦେଇ ହେଲା

ଭୋଗୁଛୁ ନିଇତି ଆମେ

ଦିନେ ହେଲେ କେବେ ପ୍ରଶଂସା ଅଥବା

କରିଛୁ କି'ରେ ପ୍ରଣାମେ?୭


ତୁମେ ତ କରତା ଠାକୁର ଦେବତା

ଦେଉଥାଅ ଶୁଭାଶିଷ

ତୁମର ଦାନକୁ ମୋର ପରି ପ୍ରାଣୀ

ପାଇ କି ଆଜି ହରଷ।୯


ସଭିଙ୍କୁ ପ୍ରଣାମ କୀଟଠାରୁ ବ୍ରହ୍ମ

ଘେନା ହେଉ ଏ ପ୍ରାର୍ଥନା

ଆଜିର ଦିନରେ ମନେ ପଡି଼ବାରୁ

ଯୋଡି଼ଲି ହାତକୁ ସିନା।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children