STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ପ୍ରାର୍ଥନା

ପ୍ରାର୍ଥନା

1 min
2.9K

ତୁମେ ଦୀନଜନ ସଖା ସୋଦର ହେ

ତୁମେ ଭକ୍ତ ଜନ ମନ ମନ୍ଦିର ହେ 


ତୁମେ ପରା କରୁଣାର ସାଗର ହେ

ତୁମ ସୃଷ୍ଟି ବନ ଭୂମି ଭୂଧର ହେ


ତୁମେ ରମାପତି ନୀଳ ସୁନ୍ଦର ହେ

ତୁମେ ଦୀନବନ୍ଧୁ ସାରଙ୍ଗ ଧର ହେ 


ତୁମେ ଜ୍ଞାନ ଦାତା ଦୟା ସାଗର ହେ

ତୁମେ ଯୋଗୀ ମୁନି ପ୍ରାଣ ଠାକୁର ହେ 


ତୁମେ ବିଶ୍ଵପିତି ପ୍ରାଣ ପବନ ହେ

ପତିତପାବନ କର ପାବନ ହେ 


ତୁମେ କସ୍ତୁରୀ ଚନ୍ଦନ କର୍ପୂର ହେ

ତୁମେ ମଧୂମୟ ମଧୂ ସଂସାର ହେ 


ତୁମେ ଶିଶୁ ମୁଖେ ହସର ଧାର ହେ

ତୁମେ ପିତା,ମାତା ମୋ ପ୍ରାଣେଶ୍ଵର ହେ 


ତୁମେ ପ୍ରଷ୍ପୂଟିତ ପୁଷ୍ପ ସମ୍ପୃକ୍ତ ହେ

ତୁମେ ବସନ୍ତ ମଳୟ ମରୁତ ହେ 


ତୁମେ ପ୍ରଭାତ ଆଲୋକ ସମ୍ଭାର ହେ

ତୁମେ ସର୍ବରି ର ଘନ ତିମିର ହେ 


ତୁମେ ରବି ଶଶୀ ଗ୍ରହ ନକ୍ଷତ୍ର ହେ

ତୁମେ ମହୋଦଧି ପୟୋ ପବିତ୍ର ହେ 


ତୁମେ ତ ସର୍ବତ୍ର ସର୍ବ ମୟ ହରେ

ଜୟ ଜୟ ଦେବ ଜୟ ଦେବ ହରେ 


ଜୟ ଦେବ ହରେ ଜୟ ଦେବ ହରେ

ଜୟ ଜୟ ଦେବ ଜୟ ଜୟ ହରେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract