ପ୍ରାଣୀର ତିନି ଶ୍ରେଣୀ
ପ୍ରାଣୀର ତିନି ଶ୍ରେଣୀ


ପ୍ରାଣୀ ହେଉ କି ହେଉ ଅବା ଉଦ୍ଭିଦ
ବଞ୍ଚିବାକୁ ସଭିଙ୍କ ଲୋଡା ତ ଖାଦ୍ୟ !!
ପ୍ରାଣୀଙ୍କ ଖାଦ୍ୟ ଅଭ୍ୟାସକୁ ଆଧାର କରି
ନାମ ତା ଶାକାହାରୀ,ମାଂସାଶୀ,ସର୍ବାହାରୀ!!
କେବଳ ଉଦ୍ଭିଦଜାତ ଖାଦ୍ୟ ଯେ ଖାଇ
ଶାକାହାରୀ ଶ୍ରେଣୀର ତ ସେ ଅଟଇ !!
ହରିଣ, ଛେଳି, ମେଣ୍ଢା, ଠେକୁଆ, ଗାଈ
ବଞ୍ଚନ୍ତି କେବଳ ଉଦ୍ଭିଦଜାତ ଖାଦ୍ୟ ଖାଇ !!
କେବଳ ଅନ୍ୟ ପ୍ରାଣୀକୁ ଖାଇ ବଞ୍ଚଇ ଯିଏ
ପ୍ରାଣୀମାନଙ୍କ ମଧ୍ୟେ ମାଂସାଶୀ ବୋଲାଏ !!
ବାଘ,ସିଂହ,ଶାଗୁଣା, ବିଲୁଆ, ବେଙ୍ଗ
ଖାଆନ୍ତି ଅନ୍ୟର ମାଂସ ଓ କୀଟପତଙ୍ଗ!!
ସେହି ପ୍ରାଣୀ ସର୍ବାହାରୀ ଶ୍ରେଣୀର ଅଟନ୍ତି
ଯେ ଉଭୟ ଉଦ୍ଭିଦ ଓ ପ୍ରାଣୀଙ୍କୁ ଖାଆନ୍ତି !!
ମଣିଷ, ବିଲେଇ,କୁକୁଡା,କାଉ,କୁକୁର
ଏସବୁ ପରା ଅଟନ୍ତି ସର୍ବାହାରୀ ଶ୍ରେଣୀର !!