ପରାଜୟ
ପରାଜୟ
ପୋଛି'ଦେଇ
ତୁମ କୋମଳ-ପାପୁଲି'ରେ
ବିଜୁଳି'ର ଘନ-ଘୋଟା,
କୃଷ୍ନଚୁଡା ରଂଗେ
ଉଦ୍ଭାସିତ କରି
ମୋ ଜୀବନ'ର ନିର୍ମେଘ-ଆକାଶ,
ଭୁରୁ-ଭୁରୁ ରଜନୀ-ଗଂଧାର
ମତୁଆଲା ସୂଗଂଧରେ
ଭରି'ଦେଇ
ମୋର ବିନୀଦ୍ର-ରଜନୀ'ର
ନିସଂଗ-ବିଛଣା,
ମୋ କୋଠର-ଛାତି'କୁ
କୋମଳ ତୁମ ପାଦ-ପାତେ
କରି ଆଲୋଡିତ,
ଜଗାଇଲ ନବ ଉନ୍ମାଦନା
ମୁଁ ଅଶୋକ
ଚଂଡାଶୋକ,
ପ୍ରସସ୍ତ ମୋ ବକ୍ଷ
ଲୌହ-ବଜ୍ର ବାହୁ,
ଫେରିଯାଏ ଭୀତେ
ତୀକ୍ଷ୍ଣ-ଧାର ଅସୀ'ର ଆଘାତ
ରୋମ'ଟିଏ ନ'ଛେଦିଣ ମୋର,
ଯୁଦ୍ଧ-ଭୂମେ,
ମୋ ଅସୀ'ର ମୂନେ
ହୋଇ ବିଦାରିତ,
ତ୍ରାହି-ତ୍ରାହି ଡାକେ
କଳିଂଗର ସେନା
କିଏ..ସେ
ପଂକଜ-ନୟନା
ଆଲୁଳାୟିତା କେଶା,
ଧାଏଁ-
ମୃଣାଳ-ବାହୁ-ଯୁଗରେ
ହୋଇ ଖଡ୍ଗ-ହସ୍ତା,
ଉଚ୍ଚ-କୁଚ ଦୋଳେ ଯଥା
ପଦ୍ମ'ର କୋରକ,
ଧନ୍ୟ ତୁ'ରେ ତରବାରୀ
ଧାତୁ ପ୍ରାଣ-ହୀନ,
ଲଭିଲୁ ପରମ-ଗତି
ଷ୍ପର୍ଶି ବାଳା-ତନୁ,
ପରାଜିତ--ମୁହିଁ
ବିଦ୍ଧ-କର ଆସି
ମୋ ପ୍ରସସ୍ତ ବକ୍ଷରେ
ତୁମ ପ୍ରେମ-ତରବାରୀ
