STORYMIRROR

Srinibas Mahalik

Classics

3  

Srinibas Mahalik

Classics

ପ୍ରାଚୀନ ସଭ୍ୟତା

ପ୍ରାଚୀନ ସଭ୍ୟତା

1 min
336


ଚୀନ୍ ସଭ୍ୟତା ଗଢି ଉଠିଥିଲା

ହୋୟାଙ୍ଗ୍ ହୋ ନଦୀ କୂଳେ

କାଗଜର ଫାଷ୍ଟ୍ ବ୍ୟବହାର ସିଏ

କରିଥିଲା ତାଙ୍କ ବେଳେ ।।

ମିଶର ସଭ୍ୟତା ସୃଷ୍ଟି ହୋଇଥିଲା

ନୀଳ ନଦୀ ତଟ ଦେଶେ

ଯାଦୁବିଦ୍ୟା ଏବଂ ଜ୍ୟୋତିଷ ଶାସ୍ତ୍ରରେ

ତାଙ୍କରି ନାମ ହିଁ ଆସେ ।।

ଟାଇଗ୍ରିସ୍ ଉଇଫ୍ରେଟସ୍ କୂଳରେ

ଥିଲା ମେସୋପଟାମିଆଁ

ତାଙ୍କ ଦ୍ବାରା ଚକ ଆବିଷ୍କାର ହେତୁ

ଉପକୃତ ଏ ଦୁନିଆଁ ।।

ସିନ୍ଧୁ ନଦୀ କୂଳେ ବାସ କରୁଥିଲା

ସଭ୍ୟତା ଇଣ୍ଡସ୍ ଭ୍ୟାଲି

ଚିକିତ୍ସା କ୍ଷେତ୍ରରେ ଉପାଦେୟ ତଥ୍ୟ

ଦେଇଥିଲା ସିଏ ଖୋଲି ।।



ବିଜୟନଗର,ଗଣିଆ,ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics