STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ପପି

ପପି

1 min
246


ଛୋଟଟିଏ ଥିଲା ପପି ଯେତେବେଳେ

ମାଆ ତାର ଗଲା ମରି 

ସୁନାପିଲାଟିଏ ପାଇଲା ତାହାକୁ

ଘରକୁ ଆଣିଲା ଧରି

କେତେ ଯତନ ସେ କରି

ପିଆଇଲା କ୍ଷୀର ପପୁ ବୋତଲରେ

ତାହାକୁ ନେଲା ଆଦରି ।୧।


ତୁଉ ତୁଉ କରି ଡାକିଦେଲେ ତାକୁ

ଦଉଡି ଆସଇ ସିଏ 

କୋଳରେ ଶୁଆଇ କାଖରେ କାଖେଇ

ପିଲା ଗେଲ କରୁଥାଏ

ଦିନ ପରେ ଦିନ ଗଲା

ପପି କୁକୁରଟି ଛୁଆଟିଏ ଥିଲା

ଧିରେ ଧିରେ ବଡ ହେଲା ।୨।


ପପିଟି ଘରର ଜଗାରଖା କଲା

ବୋଲ ମାନି ସଭିଙ୍କର

ବୁଦ୍ଧିକୁ ତାହାର ସରି ହେବ କିଏ

ପାଇଲା ବହୁ ଆଦର

ଖାଇଲା ବେଳରେ ଖାଏ

ବେଳକାଳ ଦେଖି ବୁଲାଇ ଆଣିଲେ

ଭାରି ଖୁସି ହେଉଥାଏ ।୩।


ପପି ଅଗଣାରେ ଥାଏ ସବୁବେଳେ

କେବେ ସେ ବନ୍ଧା ହୁଏନି

ଦେଖିଲା କାହାକୁ ଅଜଣା ଭାବିଲେ

ଭୁକେ ସେ ନ ହୋଇ ତୁନି

ଘରର ଲୋକ ଆସିଲେ

ଭୁକାଭୁକି ଆଉ କରେ ନାହିଁ କେବେ

ଘରଲୋକ ମନାକଲେ ।୪।


ଗଡି ଯାଉଥାଏ ଦିନ ପରେ ଦିନ

ଦିନକର କଥା ଶୁଣ

ଘରଲୋକ ସବୁ ଘରେ ଶୋଇଥିଲେ

ହୋଇଥାଏ ଖରାଦିନ

ଘରକୁ ସାପ ଆସିଲା

ଦେଖିଦେଇ ପପି ଭୁକିଲା ଯେତକ

କାହା ନିଦ ନଭାଙ୍ଗିଲା ।୫।


ଜଗି ରହିଥିଲା ସାପକୁ ପପିଟି

ଭିତରକୁ ନଛାଡିଲା

ଫଣା ଟେକି ସାପ ମାରିଲା ପପିକୁ

କେତେ ଯୁଦ୍ଧ ପପି କଲା

କାମୁଡା କାମୁଡି କରି

ଟିକି ଟିକି କରି ଖଣ୍ଡ ଖଣ୍ଡ କରି

ସାପକୁ ଦେଲା ସେ ମାରି ।୬।


ପପି ଦେହେ ସାପବିଷ ଚରିଗଲା

ଛଟପଟ ସିଏ ହେଲା

କିଛି ବେଳ ଗଲା କଲବଲ ହୋଇ

ଜୀବନ ସିଏ ହାରିଲା

ସଭିଏଁ କହିଲେ ଧନ୍ୟ

ପଶୁଟିଏ ହୋଇ ଆମଘର ପାଇଁ

ପପିଟି ଦେଲା ଜୀବନ ।୭।


Rate this content
Log in

Similar oriya poem from Inspirational