Ajit Kumar Raut

Inspirational

4  

Ajit Kumar Raut

Inspirational

ପୋଛାପୋଛି କାର୍ଯ୍ୟ ଦିଅ ଠାକୁର !

ପୋଛାପୋଛି କାର୍ଯ୍ୟ ଦିଅ ଠାକୁର !

1 min
15



ପୋଛାପୋଛି, କାର୍ଯ୍ୟ,ଦେବୁରେ, କାଳିଆ,

ପୋଛୁ, ଥିବି, ଶ୍ରୀମନ୍ଦିର !

ପୋଛି,ପୋଛି,ମୁହିଁ, ତୋତେ,ଦେଖୁ, ଥିବି,

ପରମବ୍ରହ୍ମ,ଈଶ୍ବର !

ଦାରୁବ୍ରହ୍ମ, ନିରାକର,

ସଫାଇ,କର୍ମୀରେ, ନିଯୁକ୍ତି,କରହେ

ଇଚ୍ଛା,ହୁଏ, ନିରନ୍ତର !!


ପୁରୀ, ଧାମ, ମୋର, ବୈକୁଣ୍ଠର,ପୁର,

ସର୍ଗଦ୍ବାର,ସୁଶୋଭିତ,

ଲିପାପୋଛା,କରି,ଯାଉ,ମୋ ଜୀବନ,

ଶୁଣ, ଅନାଦି, ଅନନ୍ତ !

ହୃଦେ,ଗୁଞ୍ଜୁ,କୃଷ୍ଣ,ରାମ,

ମନବାଞ୍ଛା,ପୂର୍ଣ୍ଣ,କରହେ, ଠାକୁର,

ପୋଛାପୋଛି,ଦିଅ,କାମ !!


ଲେଖିବି,କବିତା,ବିଶ୍ରାମ,କାଳରେ

କବିତା, ତୋର, ଭକ୍ତିର,

ରାଗ,ଛନ୍ଦେ,ତାକୁ,ସଜେଇ,ଦେବି ମୁଁ

ଭକ୍ତି,ପ୍ରେମ,ଶବ୍ଦ,ଗାର,

ଦିଅହେ, ନିଯୁକ୍ତି, ପତ୍ର,

କୃପାସିନ୍ଧୁ, ତୁମେ,କୃପା,କରି,ଦିଅ,

ସ୍ଥାନ,ଦିଅହେ,ଶ୍ରୀକ୍ଷେତ୍ର !!


କାହ୍ନୁ, କୃଷ୍ଣ,ତୁମେ, ପରମେଶ୍ବରହେ

ରାଧାକୃଷ୍ଣ,ଦିବ୍ୟ,ଜ୍ୟୋତି,

ମର୍ଯ୍ୟାଦା, ପୁରୁଷ, ତୁମେ, ରାମଚନ୍ଦ୍ର,

ଗୁଞ୍ଜୁଛି,ମର୍ତ୍ତ୍ୟରେ,କୀର୍ତ୍ତି !

ଗୁହାରି,ଶୁଣ, ମୋହରି,

ଦେଖୁ,ଥିବି, ମୁହିଁ,ନୀଳଚକ୍ର, ବାନା,

ଭଜୁ, ଥିବି,ହରି, ହରି !!


ମାଗୁ, ନାହିଁ,ଧନ, ସମ୍ପତ୍ତି, ବୈଭବ,

ଦିଅ,ପୋଛାପୋଛି,କାମ,

ରହି, କର୍ମପଥେ,ସେବା, କରୁ,ଥିବି,

କର, ପୂର୍ଣ୍ଣ ,ମନସ୍କାମ !

ସୃଷ୍ଟିକର୍ତ୍ତା,ଜଗନ୍ନାଥ,

ମନୁଷ୍ୟ,ଜୀବନ,କରହେ, ସାର୍ଥକ,

ପୂର୍ଣ୍ଣ ,କର,ମନୋରଥ !!




Rate this content
Log in

Similar oriya poem from Inspirational